କନକ ବ୍ୟୁରୋ : ବନ୍ଧୁତ ସମସ୍ତଙ୍କର ଅଛି ହେଲେ ଜୀବନରେ ଏମିତି ଜଣେ ବନ୍ଧୁ ଥିବ ଯିଏ ଆପଣଙ୍କ ସୁଖ, ଦୁଃଖ, ହାନି, ଲାଭରେ ସବୁବେଳେ ଆପଣଙ୍କ ସାଥିରେ ଥିବ । ଆଉ ତାକୁ ହିଁ କୁହାଯାଏ ପ୍ରକୃତ ବନ୍ଧୁ ବା ବେଷ୍ଟ୍‌ ଫ୍ରେଣ୍ଡ୍ ।

Advertisment

ସେଥିପାଇଁ ହିନ୍ଦୀରେ ଗୋଟେ କଥା ଅଛି- ଦୋସ୍ତି ଏକ୍‌ ସୁନ୍ଦର ଔର ପକ୍କା ରିସ୍ତା ହୋତା ହୈ... ଏକ୍‌ ବାର୍‌ ଏକ୍‌ ଅଚ୍ଛା ଦୋସ୍ତ ମିଲ୍ ଯାଏ ତୋ ଫିର୍ ଜିନ୍ଦେଗୀ କାଫି ଆସାନ୍ ହୋଯାତା ହୈ...

ପ୍ରତିବର୍ଷ ଜୁନ୍ ୮ ତାରିଖରେ ଜାତୀୟ ଶ୍ରେଷ୍ଠ ବନ୍ଧୁ ଦିବସ ପାଳନ କରାଯାଏ । ଜଣେ ପ୍ରକୃତ ଏବଂ ଭଲ ବନ୍ଧୁ ସିଏ , ଯିଏ ସର୍ବଦା ନିଜ ବନ୍ଧୁକୁ ନିଜ ଅପେକ୍ଷା ଆଗରେ ରଖେ । ବନ୍ଧୁତା ଏକ ପବିତ୍ର ସମ୍ପର୍କ ଯେଉଁଥିରେ ସ୍ନେହ, ଘନିଷ୍ଠତା ଥାଏ ଆଉ ସ୍ୱାର୍ଥପରତାର କୌଣସି ସ୍ଥାନ ନଥାଏ । ସେଥିପାଇଁ ତ ସୁଦାମାଙ୍କ ପାଦ ଧୋଇ ବନ୍ଧୁତାକୁ ଜୀବନରେ ଶ୍ରେଷ୍ଠ ସ୍ଥାନ ଦେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ । 

ଦୁନିଆରେ ସମସ୍ତଙ୍କର କେବଳ ଦୁଇଟି ପରିବାର ଥାଏ । ଗୋଟିଏ ଯାହା ସହିତ ତୁମର ରକ୍ତର ସମ୍ପର୍କ ଏବଂ ଅନ୍ୟଟି ଯାହା ସହିତ ତୁମର ରକ୍ତ ସମ୍ପର୍କ ନଥାଇ ମଧ୍ୟ ସମ୍ପର୍କ ବହୁତ ମଜଭୁତ । ଅର୍ଥାତ୍, ପ୍ରଥମ ପରିବାର ଏବଂ ଦ୍ୱିତୀୟ ବନ୍ଧୁ । ପ୍ରତ୍ୟେକ ସୁଖ ଏବଂ ଦୁଃଖରେ ଦ୍ୱିତୀୟ ସାଥୀ ହେଉଛି ବନ୍ଧୁ । ଯଦି ତୁମେ ଜୀବନରେ ବନ୍ଧୁତା ଅର୍ଜନ କରିନାହଁ, ତେବେ ତୁମେ କିଛି ଅର୍ଜନ କରିନାହଁ । କାରଣ ବନ୍ଧୁ ବିନା ଜୀବନ କେବଳ ଏକ ଖାଲି କାଗଜ । ଆଉ ଖାଲି କାଗଜରେ ଲେଖିବା ପାଇଁ ଆପଣଙ୍କ ପାଖରେ କୌଣସି ମଧୁର ମୁହୂର୍ତ୍ତ ନାହିଁ । 

ବନ୍ଧୁ ଏପରି ହେବା ଦରକାର ଯାହା ସାମ୍ନାରେ ଆପଣଙ୍କୁ କିଛି କରିବା ପୂର୍ବରୁ ଟିକିଏ ବି ଭାବିବାକୁ ପଡ଼େ ନାହିଁ, ଯାହାଙ୍କ ସହିତ ଆପଣ ଆପଣଙ୍କର ସର୍ବୋତ୍ତମ ମୁହୂର୍ତ୍ତ ବିତାଇଛନ୍ତି... ଯିଏ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସର୍ବଦା ଆପଣଙ୍କ ସହିତ ରହିଥାଏ । ଜଣେ ପ୍ରକୃତ ବନ୍ଧୁ ଭାବରେ, ଆପଣଙ୍କୁ ଆପଣଙ୍କ ବନ୍ଧୁଙ୍କ ସାମ୍ନାରେ ହସିବା ପୂର୍ବରୁ କେବେ ଚିନ୍ତା କରିବାକୁ ପଡ଼େ ନାହିଁ, କାନ୍ଦିବା ପୂର୍ବରୁ ବିଚାରଶୀଳ ହେବାକୁ ପଡ଼େ ନାହିଁ । ଆପଣ ଆପଣଙ୍କ ଜୀବନରେ ଏମିତି ଏକ ବନ୍ଧୁ ରଖିଥିବେ ନିଶ୍ଚୟ , ଯାହାଙ୍କୁ ନେଇ ଆପଣ ସର୍ବତା ଗର୍ବ କରୁଥିବେ । ତାଙ୍କ ଖୁସିରେ ଖୁସି ହେଉଥିବେ, ଯେଉଁଠି ଇର୍ଷାର କୌଣସି ସ୍ଥାନ ନଥିବ । 

ଜାତୀୟ ଶ୍ରେଷ୍ଠ ବନ୍ଧୁ ଦିବସ ପାଳନ ଆମେରିକାରୁ ଆରମ୍ଭ ହୋଇଥିଲା । ୧୯୩୫ ମସିହାରେ ପ୍ରଥମ ଥର ପାଇଁ ୮ ଜୁନ୍‌ରେ ଜାତୀୟ ଶ୍ରେଷ୍ଠ ବନ୍ଧୁ ଦିବସ ପାଳନ କରାଯାଇଥିଲା । ସେବେଠାରୁ , ଏହି ଦିନଟି ପ୍ରତିବର୍ଷ ପାଳନ କରାଯାଏ । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ବିଶେଷ ବନ୍ଧୁଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା । ଆମେରିକା ପରେ, ଏହା ଧୀରେଧୀରେ ଅନ୍ୟ ଦେଶରେ ମଧ୍ୟ ପାଳନ ହେବା ଆରମ୍ଭ ହୋଇଛି ।