rugby Photograph: (Kanak News)
କନକ ବ୍ୟୁରୋ: ଜାତୀୟ ସ୍ତରର ମହିଳା ରଗବୀ ଲିଗ୍ ''ଅସ୍ମିତା ରଗବି ଲିଗ୍-ଜାତୀୟ''ର ପ୍ରଥମ ସଂସ୍କରଣ ଜାନୁଆରି ୩୧ ଓ ଫେବ୍ରୁଆରି ୧ରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏହି ପ୍ରତିଯୋଗିତାରେ ତିନିଟି ବର୍ଗରେ ୮ଟି ରାଜ୍ୟ ଦଳ ଅଂଶଗ୍ରହଣ କରିବେ। ଏହି ତିନିଟି ବର୍ଗ ହେଲା ସିନିୟର, ଜୁନିୟର ଓ ସବଜୁନିୟର। ଏହି ଦଳଗୁଡ଼ିକ ରଗବୀ ଇଣ୍ଡିଆର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍ ୨୦୨୫-୨୬ ମାଧ୍ୟମରେ ଚୟନ ହୋଇଛନ୍ତି। ଏହି ତିନୋଟି ବର୍ଗରେ ମୋଟ ୨୪ଟି ଦଳ ଓ ୩୩୬ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି।
ଆହୁରି ପଢ଼ନ୍ତୁ... ଆଉ କେତେ ସୁଯୋଗ ଦେବେ ଗୌତମ ଗମ୍ଭୀର? ୪ ମ୍ୟାଚରେ ମାତ୍ର ୪୦ ରନ୍
ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଅସ୍ମିତା ପଦକ୍ଷେପ ମାଧ୍ୟମରେ ଏହି ପ୍ରତିଯୋଗିତାଟି ଆୟୋଜନ କରାଯାଉଛି। ଏହାକୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଓଡ଼ିଶା ରଗବୀ ଫୁଟବଲ୍ ସଂଘ ସହଯୋଗରେ ଭାରତୀୟ ରଗବୀ ଫୁଟବଲ୍ ୟୁନିୟନ ପକ୍ଷରୁ ଆୟୋଜନ କରାଯାଉଛି। ଭୁବନେଶ୍ବରରେ ସବ-ଜୁନିୟର ଜାତୀୟ ରଗବୀ ସେଭେନ୍ସ ପ୍ରତିଯୋଗିତା ଆୟୋଜନର ଦୁଇ ସପ୍ତାହ ପରେ ଏହାକୁ ଆୟୋଜନ କରାଯାଉଛି।
Follow Us