କନକବ୍ୟୁରୋ : ସମ୍ବିଧାନ ଗଠନ ହେବାକୁ ପୂରଣ ହୋଇଛି ୭୫ ବର୍ଷ । ଏନେଇ ସାରା ଦେଶରେ ପାଳିତ ହେଉଛି ସମ୍ବିଧାନ ଦିବସ। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ, ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କ୍ରୀଡ଼ାମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିଧାୟକ ବାବୁ ସିଂ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ଏଜି ଛକରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ଏକ ପଦଯାତ୍ରା କରାଯାଇଛି । ଏଥିରେ ସମସ୍ତ ନେତା, ମନ୍ତ୍ରୀ ସାମିଲ ହୋଇଛନ୍ତି। ପଦଯାତ୍ରାରେ ଯାଇ କାପିଟାଲ ହସ୍ପିଟାଲ ନିକଟରେ ସଫେଇ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/26/cXBHwoHlgjyXVVqOqqnx.jpg)