କନକ ବ୍ୟୁରୋ :  ପ୍ରତିବର୍ଷ ପରି ଏଥରକ ମଧ୍ୟ ବେଶ ଯାକଯମକ ଓ ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା।  ପୂର୍ବଠୁ ପଶ୍ଚିମ, ଉତ୍ତରଠୁ ଦକ୍ଷିଣ ଗଣପତିଙ୍କ ଆବାହନ ପାଇଁ ସବୁଠି ଉତ୍ସାହ । ଗାଁଠୁ ସହର ଚଳଚଞ୍ଚଳ। ସମସ୍ତେ ଗଣପତିଙ୍କ ଆରାଧନାରେ ଲାଗିପଡ଼ିଛନ୍ତି । ସାରାଦେଶ ଭିତରେ ମହାରାଷ୍ଟ୍ରର ଗଣପତି ପୂଜାର ସ୍ବାତନ୍ତ୍ର୍ୟ ରହିଛି । ୧୦ଦିନ ଧରି ବିଭିନ୍ନ ପେଣ୍ଡାଲଠୁ ଆରମ୍ଭ କରି ଘରେଘରେ ପୂଜା ପାଆନ୍ତି ବିଘ୍ନ ବିନାଶକ । ବିଶାଳ ପେଣ୍ଡାଲ ସାଙ୍ଗକୁ ଆକାଶ ଉଚ୍ଚ ମୂର୍ତ୍ତି ସବୁବେଳେ ଧ୍ୟାନ ଆକର୍ଷଣ କରିଥାଏ । ଏଥରକ ମଧ୍ୟ ରୀତିନୀତି ସହ ଲାଲବାଗ ରାଜଙ୍କ ପୂଜା ସର୍ବପ୍ରଥମେ କରାଯାଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି ।

Advertisment

ମୁମ୍ବାଇରେ ବେଶ୍ ଧୁମଧାମରେ ପାଳନ ହେଉଥିବା ଗଣେଶ ପୂଜାରେ ସାଧାରଣ ଜନତାଙ୍କଠୁ ନେଇ ସେଲିବ୍ରିଟିଙ୍କ ଭିଡ଼  ଦେଖିବାକୁ ମିଳିଥାଏ । ବ୍ୟସ୍ତବହୁଳ ଜୀବନରୁ ବିରତି ନେଇ ସମସ୍ତେ ଏକାଠି ହୋଇଥାନ୍ତି ଗଣପତିଙ୍କ ଆରାଧନା ପାଇଁ । ପେଣ୍ଡାଲରେ ପହଞ୍ଚି ଆଶାର୍ବାଦ ନେବା ସହ ଘରେ ମଧ୍ୟ ୧୦ଦିନ ଧରି ବିଘ୍ନ ବିନାଶକଙ୍କ ଆରାଧନା କରିଥାନ୍ତି । ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଗଜାନନଙ୍କ ପୂଜା ବେଶ୍ ଉତ୍ସାହ, ଆଡ଼ମ୍ବର ଓ ଶ୍ରଦ୍ଧାର  ସହକାରରେ କରି ଆଶିଷ ଭିକ୍ଷା କରନ୍ତି ଶ୍ରଦ୍ଧାଳୁ । 

୧୦ଦିନ ପରେ ମହାରାଷ୍ଟ୍ରରେ ଆୟୋଜନ ହେବ ବିଶାଳ ବିସର୍ଜନ କାର୍ଯ୍ୟକ୍ରମ । ଶହ ଶହ ମୂର୍ତ୍ତି ବିସର୍ଜନରେ ପରିବେଶ ପ୍ରଦୂଷଣ ଯେପରି ନହୁଏ, ସେଦିଗରେ ସଜାଗ ରହି ଇକୋ ଫ୍ରେଣ୍ଡଲି ମୂର୍ତ୍ତି ପୂଜା କରିବାକୁ ଅପିଲ କରାଯାଇଛି ।