କନକ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ, ସୂର୍ଯ୍ୟଙ୍କ ଉତ୍ତାପ କେତେ? ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ କୌଣସି ବି ଅନ୍ତରୀକ୍ଷ ଯାନ, ଏହାର ଅତି ନିକଟକୁ ଯିବାରେ ସକ୍ଷମ ହେଇପାରିନି । ହେଲେ ଆମେରିକାର ସ୍ପେଶ୍ ଏଜେନ୍ସିଂ 'ନାସା'ର ଗୋଟିଏ ଅନ୍ତରୀକ୍ଷ ଯାନ ପାର୍କର ସୋଲାର ପ୍ରୋବ (ପିଏସପି) ସୂର୍ଯ୍ୟର ଅତି ନିକଟରେ ପହଞ୍ଚିବା ସହିତ, ଏକ ବିରଳ ରେକର୍ଡର ଅଧିକାରୀ ହେଇଛି । ଡିସେମ୍ବର ୨୪ ତାରିଖ ସକାଳ ପ୍ରାୟ ୭ଟା ସମୟରେ ଏହି ଅନ୍ତରୀକ୍ଷ ଯାନଟି ସୂର୍ଯ୍ୟଙ୍କର ଅତି ନିକଟରେ ପହଞ୍ଚି ପାରିଛି ।
ମିଳିଥିବା ସୂଚନା ମୁତାବକ, ପାର୍କର ସୋଲାର ପ୍ରୋବ୍ ନାମକ ଏହି ଅନ୍ତରୀକ୍ଷ ଯାନଟି ସୂର୍ଯ୍ୟଙ୍କ ବାହ୍ୟ ବାୟୁମଣ୍ଡଳ ଦେଇ ଗତି କରିଛି । ଯାହାକି ସୂର୍ଯ୍ୟଙ୍କଠାରୁ ପ୍ରାୟ ୩.୮ ମିଲିୟନ ଦୂରରେ । ମହାକାଶରେ ଗତି କରୁଥିବା ଏହି ଅନ୍ତରୀକ୍ଷ ଯାନର ସେତେବେଳେ ସ୍ପିଡ ଥିଲା ୪ ଲକ୍ଷ ୩୦ କିଲୋମିଟର ପ୍ରତି ଘଣ୍ଟା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋଟିଏ ମାନବ ନିର୍ମିତ ବସ୍ତୁ ଦ୍ୱାରା କୌଣସି ତାରାର ଅତି ନିକଟରେ ଯିବା ଅନ୍ତରୀକ୍ଷ ଯାନର ରେକର୍ଡ ହାସଲ କରିଛି ପାର୍କର ସୋଲାର ପ୍ରୋବ ।
NASA’s Parker Solar Probe will make its closest approach to the Sun on December 24, 2024, coming within 3.8 million miles of its surface. It will endure temperatures of 1,600 to 1,700°F (870 to 930°C) on its heat shield, while its internal instruments remain near room… pic.twitter.com/cTgUOrayKj
— Cosmoknowledge (@cosmoknowledge) December 24, 2024
ମିଡିଆ ରିପୋର୍ଟ ମୁତାବକ, ସୂର୍ଯ୍ୟଙ୍କ ଅତି ନିକଟରେ ଯିବା ସହ ମହାକାଶଯାନଟି ସୂର୍ଯ୍ୟଙ୍କ ଉଚ୍ଚ ତାପମାତ୍ରା ଅଧ୍ୟୟନ ପାଇଁ ତଥ୍ୟ ସଂଗ୍ରହ କରିଥିଲା। ତେବେ ସୂର୍ଯ୍ୟଙ୍କ ନିକଟରେ ଅତିକ୍ରମ କରିବାକୁ, ମହାକାଶଯାନଟିକୁ ୧୮୦୦ ଡିଗ୍ରୀ ଫାରେନାଇଟ୍ (୯୮୦ ଡିଗ୍ରୀ ସେଲସିୟସ୍) ପର୍ଯ୍ୟନ୍ତ ତାପମାତ୍ରାକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଥିଲା । ତେବେ ଏହା ୧୩୭୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିବାକୁ ପ୍ରସ୍ତୁତ ଥିଲା ବୋଲି ରିପୋର୍ଟ ରହିଛି । ଭବିଷ୍ୟତରେ ମଧ୍ୟ ଏହା ୨୦୨୫ ମସିହା ମାର୍ଚ୍ଚ ୨୨ ତାରିଖ ଏବଂ ଜୁନ୍ ୧୯ ତାରିଖରେ ସୂର୍ଯ୍ୟଙ୍କ ଅତି ନିକଟ ଦେଇ ଗତି କରିବ।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଅଗଷ୍ଟ ୧୨ ତାରିଖରେ ଏହି ମହାକାଶ ଯାନଟି ଆମେରିକାର ଫ୍ଲୋରିଡା ସହରରୁ ଲଞ୍ଚ ହେଇଥିଲା । ସୂର୍ଯ୍ୟଙ୍କ ବାୟୁମଣ୍ଡଳକୁ ସିଧା ଯାଇଥିବା ପ୍ରଥମ ଅନ୍ତରୀକ୍ଷ ଯାନ ହେଉଛି ପାର୍କର ସୋଲାର ପ୍ରୋବ ।