କନକ ବ୍ୟୁରୋ:  ଆସନ୍ତାକାଲି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଏକାଧିକଥର ବାତିଲ ପରେ ବୁଧବାର ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍‌ ଏକ୍ସର ମିଶନ୍ ।  ଆକ୍ସିଅମ୍ -ଫୋର୍ । ଏନେଇ ନାସା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ପ୍ରଦାନ କରାଯାଇଛି ।

Advertisment

ଭାରତୀୟ ସମୟ ଦିନ ୧୨ଟା ୦୧ରେ ଉଡ଼ାଣ ଭରିବ ମିଶନ୍ ଆକ୍ସିଅମ୍ ଫୋର୍। ୩ ମହାକାଶଚାରୀଙ୍କ ସହ ଉଡ଼ାଣ ଭରିବେ ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପ୍‌ଟେନ୍ ଶୁଭାଂଶୁ ଶୁକ୍ଳା । ‘ନାସା’ର କେନେଡ଼ି ସ୍ପେଶ ସେଣ୍ଟରରୁ ସ୍ପେସ ଏକ୍ସ ଡ୍ରାଗନ୍ ଜରିଆରେ ମହାକାଶକୁ ଯିବେ ଶୁଭାଂଶୁ ।