କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଆଜି କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ଏକ ଅନନ୍ୟ ଏବଂ ଐତିହାସିକ ରେକର୍ଡ ଯୋଡ଼ି ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’ରେ ୧୦୦ ମିଲିୟନ ଫଲୋଅର୍ସର ମାଇଲଷ୍ଟୋନ୍ ଅତିକ୍ରମ କରିବାରେ ସେ ବିଶ୍ୱର ପ୍ରଥମ ରାଜନେତା ଏବଂ ଜନନେତା ହୋଇପାରିଛନ୍ତି । ଡିଜିଟାଲ ଦୁନିଆରେ ମୋଦୀଙ୍କ ଲୋକପ୍ରିୟତା ଆଗରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବହୁ ପଛରେ ରହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବିଶ୍ୱର ଶ୍ରେଷ୍ଠ ୫ ଜଣ ଗ୍ଲୋବାଲ ଲିଡରଙ୍କ ମୋଟ ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ ପିଏମ ମୋଦୀଙ୍କ ଏକାକୀ ଫଲୋଅର୍ସଙ୍କ ତୁଳନାରେ କମ୍ । ୨୦୧୪ ମସିହାରେ ମେଟାର ଏହି ପ୍ଲାଟଫର୍ମ ସହ ଯୋଡ଼ି ହୋଇଥିବା ନରେନ୍ଦ୍ର ମୋଦୀ, ଗତ ୧୦ ବର୍ଷ ମଧ୍ୟରେ ନିଜକୁ ସବୁଠାରୁ ପ୍ରଭାବଶାଳୀ ଡିଜିଟାଲ ବ୍ରାଣ୍ଡ ଭାବେ ଗଢ଼ି ତୋଳିଛନ୍ତି ।
କାହା ପାଖରେ କେତେ ଫଲୋଅର୍ସ?
ନରେନ୍ଦ୍ର ମୋଦୀ: ୧୦୦ ମିଲିୟନ
ଡୋନାଲ୍ଡ ଟ୍ରମ୍ପ: ୪୩.୨ ମିଲିୟନ
ପ୍ରବୋବୋ ସୁବିଆଣ୍ଟୋ (ଇଣ୍ଡୋନେସିଆ): ୧୫ ମିଲିୟନ
ଲୁଇସ୍ ଇନାସିଓ ଲୁଲା ଡି ସିଲଭା (ବ୍ରାଜିଲ): ୧୪.୪ ମିଲିୟନ
ରିସେପ ତୈୟପ ଏର୍ଦୋଗାନ (ତୁର୍କୀ): ୧୧.୬ ମିଲିୟନ
ଜାଭିୟର ମାଇଲି (ଆର୍ଜେଣ୍ଟିନା): ୬.୪ ମିଲିୟନ
ଏହି ପରିସଂଖ୍ୟାନରୁ ସ୍ପଷ୍ଟ ଜଣାପଡୁଛି ଯେ, ମୋଦୀଙ୍କ ଫଲୋଅର୍ସ ସଂଖ୍ୟା ଟ୍ରମ୍ପଙ୍କ ତୁଳନାରେ ଦୁଇ ଗୁଣରୁ ଅଧିକ । କେବଳ ବିଶ୍ୱସ୍ତରରେ ନୁହେଁ, ଭାରତୀୟ ରାଜନେତାଙ୍କ ମଧ୍ୟରେ ମଧ୍ୟ ମୋଦୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି । ଭାରତରେ ମୋଦୀଙ୍କ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୬.୧ ମିଲିୟନ ଫଲୋଅର୍ସ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାୟ ୧୨.୬ ମିଲିୟନ ଫଲୋଅର୍ସ ସହ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ସଫଳତା ତାଙ୍କର ଗ୍ଲୋବାଲ୍ ଆପିଲ୍ ଏବଂ ବିଶେଷ କରି ଯୁବପିଢ଼ିଙ୍କ ସହ ତାଙ୍କର ସିଧାସଳଖ ଯୋଗାଯୋଗକୁ ଦର୍ଶାଉଛି । ତାଙ୍କର ପ୍ରତ୍ୟେକ ପୋଷ୍ଟରେ ଲକ୍ଷ ଲକ୍ଷ ଲାଇକ୍ ଏବଂ କମେଣ୍ଟ ଆସିଥାଏ, ଯାହା ତାଙ୍କୁ ସବୁଠାରୁ ‘ଏନଗେଜିଂ’ ଲିଡରରେ ପରିଣତ କରିଛି । ଗ୍ଲୋବାଲ ରେଟିଂରେ ମଧ୍ୟ ସେ ପ୍ରାୟତଃ ଶୀର୍ଷରେ ରୁହନ୍ତି ।
ଅଧିକ ପଢନ୍ତୁ : ଭାରତ ପାଇଁ ନୂଆ ରୁଷ ପାଲଟିବ ଫ୍ରାନ୍ସ: ଇମାନୁଏଲ ମାକ୍ରନ ମୁମ୍ବାଇରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା
କେବଳ ଇନଷ୍ଟାଗ୍ରାମ ନୁହେଁ ଫେସବୁକରେ ମଧ୍ୟରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରାଜନେତା ହୋଇ ପାରିଛନ୍ତି । ଫେସବୁକରେ ସେ ୪୯ ମିଲିୟନ ଫଲୋଅର୍ସ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ୟୁଟ୍ୟୁବରେ ମଧ୍ୟ ଜଣେ ରାଜନେତା ଭାବରେ ତାଙ୍କର ସର୍ବାଧିକ ସବସ୍କ୍ରାଇବର ରହିଛନ୍ତି । ହେଲେ ଏକ୍ସରେ ସେ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଅଳ୍ପ ବ୍ୟବଧାନରେ ପଛରେ ରହିଛନ୍ତି ଯାହାକୁ ସେ ଖୁବଶୀଘ୍ର ପଛରେ ପକାଇପାରନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ଡିଜିଟାଲ୍ ବିଜୟ ସୂଚାଉଛି ଯେ, ସେ କେବଳ ନୀତି ନିର୍ଦ୍ଧାରଣରେ ନୁହେଁ, ବରଂ ନୂତନ ପିଢ଼ିର ଚିନ୍ତାଧାରା ଏବଂ ପ୍ରଯୁକ୍ତିବିଦ୍ୟା ସହ ନିଜକୁ ଖାପଖୁଆଇ ଚାଲିବାରେ ମଧ୍ୟ ଜଣେ ପାରଙ୍ଗମ । ଆଜି ୧୦୦ ମିଲିୟନ ଫଲୋଅର୍ସ ସହ ମୋଦୀ ବିଶ୍ୱ ରାଜନୀତିର ‘ଡିଜିଟାଲ୍ କିଙ୍ଗ୍’ ଭାବେ ଉଭା ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/26/pm-modi-2026-02-26-09-25-51.jpeg)