କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନ ନିକଟରେ ନିଶାକୁ ନାଁ' । ଡ୍ରଗ୍ କଣ୍ଟ୍ରୋଲର ଓ ସ୍ପେଶାଲ ଟାସ୍କଫୋର୍ସ ପକ୍ଷରୁ ମିଳିତ ଚଢାଉ । କୋଡ୍ ୱାର୍ଡରେ ନିଶା କାରବାର ହେଉଥିଲା । ଆଖି ପିଛୁଳାକେ ହେଉଛି ଡିଲ୍ । ସପିଂ ମଲ୍, ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ବେଳେ ଧରିଲା ସ୍ପେଶାଲ ଟିମ୍ । ‘ଚାମ୍ବା, ଗୋଗୋ, ବାବା’ ନାଁ'ରେ ବିକ୍ରି ହେଉଥିଲା ଗଞ୍ଜେଇ ସିଗାରେଟ୍ । ନୟାପଲ୍ଲୀ ଅଞ୍ଚଳରେ ରେଡ଼ ବେଳେ ଗଞ୍ଜେଇ ସିଗାରେଟ୍, ଫଏଲ ପେପର, ଚିଲମ, ମୁଦୁକ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ ହୋଇଛି । ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଏଣ୍ଟ ଟିମ୍ । ନିଶା ବିରୋଧରେ ଜିରୋ ଟଲେରାନ୍ସ ପୂର୍ବରୁ ମଧ୍ୟ ଜାରି ରହିଛି । ଇନ୍ଫୋସିଟି, ପଟିଆ, ଜୟଦେବ ବିହାର, ପାତ୍ରପଡା, ଖଣ୍ଡଗିରି, ୟୁନିଟ-୪, ୟୁନିଟ-୯ ଅଞ୍ଚଳରେ ପୂର୍ବ ଦିନ ମାନଙ୍କରେ ରେଡ୍ ବେଳେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି । ଯୁବପିଢ଼ି କିଭଳି ନିଶାରେ କବଳିତ ନହେବେ ସେନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଭଳି ରେଡ୍ ହେଉଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us