କନକ ବ୍ୟୁରୋ: ‘ଆପଣ ନିଜ ଭବିଷ୍ୟତ ବଦଳାଇପାରିବେନି । କିନ୍ତୁ ନିଜ ଅଭ୍ୟାସକୁ ପରିବର୍ତ୍ତନ କରିପାରିବେ । ଆପଣଙ୍କ ଅଭ୍ୟାସ ହିଁ ନିଶ୍ଚିତ ଭାବେ ଆପଣଙ୍କ ଭବିଷ୍ୟତ ବଦଳାଇଦେବ’ ।ଏଭଳି କହୁଥିଲେ ମିଶାଇଲ ମ୍ୟାାନ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ । 
ଦିନର ୨୪ ଘଣ୍ଟାର ସବୁଠୁ ସୁନ୍ଦର , ସ୍ଫୁର୍ତ୍ତିଭରା ସମୟ ହେଉଛି ସକାଳର ପ୍ରଥମ ପ୍ରହର । ଜୀବନକୁ ସବୁଠୁ ଅଧିକ ପ୍ରଭାବିତ କରିଥାଏ ସକାଳର ଶାନ୍ତ ସ୍ନିଗ୍ଧ ସମୟ ।  ଏହି ସମୟରେ ଅପଣ ଯେଉଁଭଳି ବ୍ୟବହାର ତଥା ଅଭ୍ୟାସ ସହ ଦିନକୁ ଆରମ୍ଭ କରିବେ ଆପଣଙ୍କ ପୁରା ଦିନ ସେଭଳି ଚାଲିବ । କେବଳ ଦିନ ନୁହେଁ ଧିରେ ଧିରେ ସେହି ଅଭ୍ୟାସ ଆପଣଙ୍କ ପୁରା ଜୀବନକୁ ପ୍ରଭାବିତ କରିବ । ଆପଣଙ୍କ ସଫଳତା ଓ ବିଫଳତା ପାଇଁ ଅନେକାଂଶରେ ସକାଳର କିଛି ଅଭ୍ୟାସ ଦାୟୀ । 
 

Advertisment

ସକାଳର କିଛି ଅଭ୍ୟାସ,  ଯାହାକୁ ଅପଣ ଯଦି ନିଜ ନିୟନ୍ତ୍ରଣରେ ରଖନ୍ତି ବା ସକାରାତ୍ମକ ଭାବେ ଆରମ୍ଭ କରନ୍ତି ତାହେଲେ ଅପଣ ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ଉଜ୍ୱଳ କରିପାରିବେ ଏବଂ ଜୀବନର ଲକ୍ଷ୍ୟକୁ ମଧ୍ୟ ହାସିଲ କରିପାରିବେ । ଏହିକ୍ରମରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସକାଳର ଆଲାରାମ । ଭୋରୁ ଉଠିବା ପାଇଁ ଆପଣ ଆଲାରାମ ସେଟିଙ୍ଗ କରିଥିବେ । ହେଲେ ଅନେକ ଆଲାରାମର ସ୍ନୁଜ୍ ବଟନ ଦବାଇ ପୁଣି ଶୋଇପଡନ୍ତି । ଏହି ଅଭ୍ୟାସ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନକୁ ପ୍ରଭାବିତ କରିଥାଏ । ନ୍ୟୁରାଲ ସାଇନ୍ସର କିଛି ଅନୁସନ୍ଧାନରୁ ଏକଥା ପ୍ରମାଣିତ ହୋଇଛି ଯେ, ଆପଣ ଯେତେବେଳେ ଆଲାର୍ମ ବନ୍ଦ କରି ଆଉ କିଛି ସମୟ ଶୋଇପଡନ୍ତି , ସେ ନିଦ ଆପଣଙ୍କୁ ଆରାମ୍ ଠାରୁ ଅଧିକ କ୍ଷତି ପହଞ୍ଚାଇଥାଏ । କାରଣ ସ୍ନୁଜ ବଟନ ବନ୍ଦ କରି ପୁଣିଥରେ ଆଲାର୍ମ ବାଜିବା ଯାଏଁ ଆପଣ ଯେତିକି ସମୟ ଶୋଇଯାନ୍ତି ତାହା ସବୁଠୁ ଖରାପ କ୍ୱାଲିଟିର ନିଦ ହୋଇଥାଏ । ଏଇ କିଛି ମାତ୍ର ସମୟର ନିଦ ଆପଣଙ୍କ ପୁରା ଦିନର କାର୍ଯ୍ୟ କ୍ଷମତା ଓ ସଙ୍କଳ୍ପ ଶକ୍ତି ତଥା ମାନସିକ ଦକ୍ଷତାକୁ ପ୍ରଭାବିତ କରିଥାଏ । 
 ଏହାର କାରଣ ବୁଝିବା ଭାରି ସହଜ । ନିଦରୁ ଉଠିବାକୁ ଆପଣ ନିଜେ ଆଲାର୍ମ ସେଟ୍ କରିଥିଲେ, ପୁଣି ନିଜେ ଏହାକୁ ବନ୍ଦ କରିଦେଇ ଶୋଇପଡିଲେ । ଏହାର ଅର୍ଥ ଆପଣ ନିଜେ ଧାର୍ଯ୍ୟ କରିଥିବା ଲକ୍ଷ୍ୟରୁ ବିଚ୍ୟୁତ ହେଲେ । ନ୍ୟୁରୋ ସାଇନ୍ସର ଅନୁସନ୍ଧାନରୁ ପ୍ରମାଣିତ ହୋଇଛି, ଏଭଳି ଅଭ୍ୟାସ ଆପଣଙ୍କ ଅବଚେତନ ମନ ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ  ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ଓ ଆତ୍ମନିୟନ୍ତ୍ରଣ କ୍ଷମତା ହ୍ରାସ ପାଏ  । ଆଲାର୍ମ ବନ୍ଦ କରି ଆପଣ ୧୫ ୨୦ ମିନିଟ୍ ଶୋଇପଡିବେ ସିନା କିନ୍ତୁ ଏହା  ନିଜ ପ୍ରତି ନିଜର  ନକାରାତ୍ମକ ବିଚାରଧାରା ସୃଷ୍ଟି କରିଥାଏ । ଏହାବ୍ୟତୀତ ସକାଳୁ ନିର୍ଦ୍ଧାରିତ ସମୟରେ ଆପଣ ଉଠିପାରୁ ନାହାଁନ୍ତି ଅର୍ଥ ଆପଣଙ୍କ ପାଖରେ କୌଣସି ଲକ୍ଷ୍ୟ ନାହିଁ, କିମ୍ବା ଆପଣଙ୍କ ଲକ୍ଷ୍ୟ କିଛି ଗୁରୁତ୍ୱ ବହନ କରେନାହିଁ । 
 ଏହା ପରେ ଆଉ ଏକ ଖରାପ ଅଭ୍ୟାସ ହେଉଛି ସକାଳୁ ଉଠି ବେଡରେ ବସି ମୋବାଇଲରେ ନୋଟିଫିକେସନ୍ ଚେକ୍ କରିବା । ଯାହା ମାନସିିକ ଅବସାଦର ଏକ ବଡ କାରଣ । 

ୟୁନିଭସିର୍ସଟି ଅଫ୍ ବ୍ରିଟିଶ କଲମ୍ବିଆ ଷ୍ଟଡିରୁ ଜଣାପଡିଛି, ସକାଳୁ ଉଠି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ୧ ଘଣ୍ଟା ଆପଣ ଯଦି ମୋବାଇଲ କମ୍ବା ଅନ୍ୟ କୌଣସି ଜିଡିଟାଲ ଉପକରଣରେ ଅତିବାହିତ କରନ୍ତି ତେବେ ଆପଣଙ୍କ ମସ୍ତିଷ୍କ ଓ ଶରୀରର ସନ୍ତୁଳନ ବିଗିଯାଏ , ଫଳରେ ଦିନଭରି କୌଣସି କାର୍ଯ୍ୟକୁ ସୁଚାରୁ ଭାବେ କରିବା କଷ୍ଟକର ହୁଏ ।  ।ତେଣୁ ସକାଳର ଠିବା ସମୟଠାରୁ ଆରମ୍ଭ କରି ପ୍ରଥମ ପ୍ରହରକୁ ଶୃଙ୍ଖଳିତ କରନ୍ତୁ ଯାହା ଆପଣଙ୍କୁ ଏକ ସୁଖଦ ଭବିଷ୍ୟତ ଆଡକୁ ବାଟ କଢେଇନେବ ।