କନକ ବ୍ୟୁରୋ : AI ଯୁଗରେ ପ୍ରତିଦିନ ଇଣ୍ଟରନେଟରେ କିଛି ନା କିଛି ନୂଆ ଟ୍ରେଣ୍ଟ୍ ଭାଇରାଲ ହେଉଛି । କିଛି ସମୟ ପୂର୍ବରୁ Ghibli ଷ୍ଟାଇଲ୍ ଫଟୋ ସୋସିଆଲ ମିଡିଆରେ ଛାଇ ହୋଇ ରହିଥିଲା, କିନ୍ତୁ ବର୍ତ୍ତମାନ ଆଉ ଏକ ନୂଆ ଟ୍ରେଣ୍ଡ ମାର୍କେଟକୁ ଆସିଛି । ଯାହା Nano Banana 3D Model ଟ୍ରେଣ୍ଡ୍ ଚର୍ଚ୍ଚାରେ ଅଛି, ଯାହା ଇନଷ୍ଟାଗ୍ରାମ ଏବଂ X ରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିଛି ।
Nano Banana ଟ୍ରେଣ୍ଡ କ'ଣ?
ଚକଚକିଆ କାର୍ଟୁନ୍ ପରି ଦେଖାଯାଉଥିବା 3D ଡିଜିଟାଲ୍ ଫିଗର୍ସ ତିଆରି କରିବାର ଏକ ଟ୍ରେଣ୍ଡ୍ ହେଉଛି Nano Banana ଟ୍ରେଣ୍ଡ । ଏହି ଫିଗର୍ସ ଅତ୍ୟନ୍ତ ଚମତ୍କାର ଏବଂ ମଜାଳିଆ ଦେଖାଯାଏ । ୟୁଜର୍ ଏଗୁଡ଼ିକୁ ପୋଷା ଜୀବଜନ୍ତୁ, ସେଲିବ୍ରିଟି , ଏପରିକି ନେତାମାନଙ୍କ ରୂପରେ ମଧ୍ୟ ପ୍ରସ୍ତୁତ କରି ସେୟାର କରୁଛନ୍ତି । ଏଥିରେ ରୋଚକ କଥା ହେଉଛି ଯେ ଅନଲାଇନ୍ କମ୍ୟୁନିଟି ଏହି ଟ୍ରେଣ୍ଡକୁ ମଧ୍ୟ ଏକ ମଜାଳିଆ ନାଁ ଦେଇଛି ।
କାହିଁକି ଏତେ ଭାଇରାଲ ହେଲା?
ଟ୍ରେଣ୍ଡର ବିଶେଷତ୍ୱ ହେଉଛି ଏହାକୁ ତିଆରି କରିବା ଅତ୍ୟନ୍ତ ସହଜ । ଗୁଗଲର ନୂଆ Gemini 2.5 Flash Image ଟୁଲ୍ ଜରିଆରେ ଯେକୌଣସି ଉପଭୋକ୍ତା କିଛି ସେକେଣ୍ଡରେ ଷ୍ଟୁଡିଓ-ଗୁଣବତ୍ତା 3D ଫିଗର୍ସ ତିଆରି କରିପାରିବେ । ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଟୁଲ୍ ବର୍ତ୍ତମାନ ମାଗଣାରେ ଉପଲବ୍ଧ । ଯଦି ଆପଣ ମଧ୍ୟ ଏହାକୁ ତିଆରି କରିବାକୁ ଚାହୁଛନ୍ତି, ତେବେ କେମିତି ଏହି ଫଟୋକୁ AI ଜରିଆରେ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା ।
Nano Banana 3D Model କିପରି ତିଆରି କରିବେ?
ଯଦି ଆପଣ ମଧ୍ୟ ଏହି ଭାଇରାଲ ଟ୍ରେଣ୍ଡରେ ସାମିଲ ହେବାକୁ ଚାହୁଛନ୍ତି, ତେବେ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ :
ପ୍ରଥମେ Google AI Studio କିମ୍ବା Gemini ଆପ୍/ୱେବସାଇଟକୁ ଯାଆନ୍ତୁ ।
ବର୍ତ୍ତମାନ ମେଥଡ୍ ଚୟନ କରନ୍ତୁ, ଆପଣ କେବଳ ଫଟୋ,କେବଳ ଟେକ୍ସଟ୍ ପ୍ରମ୍ପ୍ଟ କିମ୍ବା ଉଭୟ ଅପଲୋଡ୍ କରିପାରିବେ ।
ଏହା ପରେ ଗୁଗଲର ଅଫିସିଆଲ୍ ପ୍ରମ୍ପ୍ଟ ଦାଖଲ କରନ୍ତୁ । ଏହି ପ୍ରମ୍ପ୍ଟ 3D ଫିଗର୍ ତିଆରି କରିବା ପାଇଁ ବିଶେଷ ଭାବରେ ଡିଜାଇନ୍ କରାଯାଇଛି ।
Create a 1/7 scale commercialized figurine of the characters in the picture, in a realistic style, in a real environment. The figurine is placed on a computer desk. The figurine has a round transparent acrylic base, with no text on the base. The content on the computer screen is a 3D modeling process of this figurine. Next to the computer screen is a toy packaging box, designed in a style reminiscent of high-quality collectible figures, printed with original artwork. The packaging features two-dimensional flat illustrations.
ଶେଷରେ Generate ବଟନ୍ ଦବାନ୍ତୁ ।
କିଛି ସେକେଣ୍ଡରେ ଆପଣଙ୍କର Nano Banana ଷ୍ଟାଇଲ୍ 3D ଇମେଜ୍ ପ୍ରସ୍ତୁତ ହୋଇଯିବ ।
ଯଦି ପ୍ରଥମ ଥରରେ ଫଳାଫଳ ପସନ୍ଦ ନହୁଏ, ତେବେ ପ୍ରମ୍ପ୍ଟକୁ ଟିକିଏ ବଦଳାଇ ପୁଣି ଥରେ ଚେଷ୍ଟା କରନ୍ତୁ ।