କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ପରେଡ ଅବସରରେ କର୍ତ୍ତବ୍ୟ ପଥରେ ଗଡ଼ିଛି ପ୍ରତିରକ୍ଷା ବାହାନ ନନ୍ଦିଘୋଷ। ନନ୍ଦିଘୋଷ ନାମ ମହାପ୍ରଭୁ ଜଗନ୍ନାଥଙ୍କ ରଥରୁ ପ୍ରେରିତ ହୋଇଛି। ଭଗବାନଙ୍କ ରଥ ହେଉଛି ଶକ୍ତିର ପ୍ରତୀକ, ଯେମିତି ସବୁ ବାଧାବିଘ୍ନକୁ ଏଡ଼ାଇ ନନ୍ଦିଘୋଷ ଆଗକୁ ମାଡ଼ିଚାଲେ । ଠିକ ସେମିତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରତିରକ୍ଷା ବାହାନ ସବୁ ପରିସ୍ଥିତିରେ ଶତ୍ରୁପକ୍ଷକୁ ମୁକାବିଲା କରିବାକୁ ସକ୍ଷମ । ନନ୍ଦିଘୋଷ ଜରିଆରେ ସାରା ବିଶ୍ୱ ଦେଖିଛି ପ୍ରତିରକ୍ଷା ଉତ୍ପାଦନରେ ଭାରତର ସାମର୍ଥ୍ୟ ।
ଗଣତନ୍ତ୍ର ଦିବସ ପରେଡ ଅବସରରେ କର୍ତ୍ତବ୍ୟ ପଥରେ ଗଡ଼ିଛି ପ୍ରତିରକ୍ଷା ବାହାନ ନନ୍ଦିଘୋଷ। ନନ୍ଦିଘୋଷ ନାମ ମହାପ୍ରଭୁ ଜଗନ୍ନାଥଙ୍କ ରଥରୁ ପ୍ରେରିତ ହୋଇଛି। ଭଗବାନଙ୍କ ରଥ ହେଉଛି ଶକ୍ତିର ପ୍ରତୀକ, ଯେମିତି ସବୁ ବାଧାବିଘ୍ନକୁ ଏଡ଼ାଇ ନନ୍ଦିଘୋଷ ଆଗକୁ ମାଡ଼ିଚାଲେ । ଠିକ ସେମିତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରତିରକ୍ଷା ବାହାନ ସବୁ ପରିସ୍ଥିତିରେ ଶତ୍ରୁପକ୍ଷକୁ ମୁକାବିଲା କରିବାକୁ ସକ୍ଷମ । ନନ୍ଦିଘୋଷ ଜରିଆରେ ସାରା ବିଶ୍ୱ ଦେଖିଛି ପ୍ରତିରକ୍ଷା ଉତ୍ପାଦନରେ ଭାରତର ସାମର୍ଥ୍ୟ ।
ସାଧାରଣତନ୍ତ୍ର ଦିବସ ପରେଡରେ ଭାରତୀୟ ସେନାର ସାମରିକ ଶକ୍ତିର ଅଦ୍ଭୁତ ପ୍ରଦର୍ଶନ ଦେଖିଛି ସାରା ଦୁନିଆଁ। ୭୬ ତମ ଗଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟପଥରେ ଗଢ଼ିଛି କୁଇକ ରିଆକ୍ସନ ଫାଇଟିଂ ଭେଇକିଲ ନନ୍ଦିଘୋଷ। ମେଜର ରାଧିକାଙ୍କ ନେତୃତ୍ବରେ ଏହାକୁ ପ୍ରଦର୍ଶିତ କରାଯାଇଛି। ପରେଡରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ସେନାର ନନ୍ଦିଘୋଷ ବାହାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ନାମରେ ନାମିତ ହୋଇଛି ଏହି ପ୍ରତିରକ୍ଷା ବାହନ। ଯାହା ଶକ୍ତି ଓ ସଂରକ୍ଷଣର ପ୍ରତୀକ । ଏହି ନାମ ଭାରତୀୟ ସେନାର ଶକ୍ତି, ସାମର୍ଥ୍ୟ ଓ ରାଷ୍ଟ୍ର ପାଇଁ ସମର୍ପଣ ଭାବକୁ ଦର୍ଶାଉଛି ।
ସେନାର ଶକ୍ତି 'ନନ୍ଦିଘୋଷ'
କୁଇକ ରିଆକ୍ସନ ଫାଇଟିଂ ଭେଇକିଲ 'ନନ୍ଦିଘୋଷ'
ମାଇନ ପ୍ରୋଟେକ୍ଟେଡ ଆର୍ମଡ ପର୍ସନାଲ କ୍ୟାରିଅର ଅଛି
ଥରକରେ ୮ ଜଣ ଯବାନଙ୍କୁ ନେଇ ଯିବାରେ ସକ୍ଷମ
ଗାଡ଼ି ଚାଳକ ଓ ସହାୟକ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି
ଆତଙ୍କବାଦ, ଉଗ୍ରବାଦ ବିରୋଧୀ ଅଭିଯାନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ
ପାହାଡ଼ିଆ ଅଞ୍ଚଳରେ ସହଜରେ ଯାତାୟତ କ୍ଷମତା
ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନର ବଡ଼ ଉପଲବ୍ଧି
ଶତ୍ରୁପକ୍ଷର ସମସ୍ତ ବାଧାବିଘ୍ନକୁ ଏଡ଼ାଇବାକୁ ଦକ୍ଷତା ଥିବା ଏହି ପ୍ରତିରକ୍ଷା ବାହାନ ନନ୍ଦିଘୋଷକୁ ଏବେ ଜାତିସଂଘର ବିଭିନ୍ନ ମିଶନରେ ନିୟୋଜିତ କରାଯାଇଛି।
ସାଧାରଣତନ୍ତ୍ର ଦିବସ ପରେଡରେ ଯଦିଓ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ ସାମିଲ ହୋଇ ନାହିଁ । କର୍ତ୍ତବ୍ୟପଥରେ କିନ୍ତୁ ନୃତ୍ୟର ଯାଦୁ ଦେଖାଇଛନ୍ତି ଓଡ଼ିଶାର ଲୋକନୃତ୍ୟ ଶିଳ୍ପୀ। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଜୟତି ଜୟ ମମାହ ଭାରତମ ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ସାରା ଭାରତର ୫ହଜାର କଳାକାର । ସେଥିମଧ୍ୟରୁ ୧୨୫ ଜଣ ସମ୍ୱଲପୁରୀ ନୃତ୍ୟଶିଳ୍ପୀ, ବିଭିନ୍ନ ପଶୁପକ୍ଷୀଙ୍କ ମୁଖା ପିନ୍ଧି ଓଡ଼ିଶାର କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ସେହିପରି କର୍ତ୍ତବ୍ୟପଥରେ ଗଂଜାମର ୪୦ ଜଣ କଳାକାରଙ୍କ ବିଲୁପ୍ତ ପ୍ରାୟ ବାଘ ନୃତ୍ୟ ଦେଖିଛି ସାରାବିଶ୍ୱ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)