ଶୀତଦିନେ ପର୍ଯ୍ୟଟକଙ୍କୁ ହାତଠାରି ଡାକେ ନନ୍ଦନକାନନ ; ନୂଆ ପ୍ରେମ କାହାଣୀ ଲେଖନ୍ତି ବାଘ-ବାଘୁଣୀ

ସବୁଜିମାର ଗହନଲତା ଫାଙ୍କରୁ ପ୍ରେମର ପହିଲି କିରଣ ଦିଏ ଏଠି ଇସ୍କର ଇସାରା । ସେଥିପାଇଁ ତ ବଗ-ବଗୁଲୀ ଓ ବାଘ-ବାଘୁଣୀ ଏଠି ଲେଖନ୍ତି ନୂଆ ନୂଆ ପ୍ରେମ କାହାଣୀ । ଆଉ ଏ ପଶୁମାନଙ୍କ ପ୍ରେମର ସାକ୍ଷୀ ବନିବାକୁ ଧାଇଁ ଆସନ୍ତି ହଜାର ହଜାର ପର୍ଯ୍ୟଟକ ।

NANDANKANAN

NANDANKANAN Photograph: (kanak news)

କନକ ବ୍ୟୁରୋ: ଶୀତଦିନେ ନନ୍ଦନକାନନ ମାନେ ହେଉଛି ଏକ ଜୀବନ୍ତ କବିତା । ସ୍ମାର୍ଟସିଟିର ଶିରୋମଣି ପାଲଟିଥିବା ‘କାନନ’ର କାନରେ କିଚିରିମିଚିରି ଗୀତ ଗାଏ କାକର ଭିଜା ସକାଳ । ସବୁଜିମାର ଗହନଲତା ଫାଙ୍କରୁ ପ୍ରେମର ପହିଲି କିରଣ ଦିଏ ଏଠି ଇସ୍କର ଇସାରା । ସେଥିପାଇଁ ତ ବଗ-ବଗୁଲୀ ଓ ବାଘ-ବାଘୁଣୀ ଏଠି ଲେଖନ୍ତି ନୂଆ ନୂଆ ପ୍ରେମ କାହାଣୀ । ଆଉ ଏ ପଶୁମାନଙ୍କ ପ୍ରେମର ସାକ୍ଷୀ ବନିବାକୁ ଧାଇଁ ଆସନ୍ତି ହଜାର ହଜାର ପର୍ଯ୍ୟଟକ ।

ରାଜଧାନୀର କୋଳାହଳଠାରୁ ଦୂରେ, ପ୍ରକୃତି ଏଠି ପ୍ରେମରେ ପର୍ଯ୍ୟଟକଙ୍କୁ ଆକର୍ଷଣର ଇସାରା ଦିଏ, ଆଖିରେ ଆଖିରେ ଆନମନା କରେ । ସବୁଜିମା ଘେରା ବିଶାଳ ଗର୍ଭରେ ସରୀସୃପମାନେ ଏଠି ସଂସାର ଗଢ଼ନ୍ତି । ହସନ୍ତି, ଖେଳନ୍ତି ନାଚନ୍ତି ଆଉ ମୁକ୍ତ ବିହଙ୍ଗ ଭଳି ବୁଲନ୍ତି । ଏଠି ଭାଲୁ ଭଲପାଇବା ଶିଖାଏ, ଜଳହସ୍ତୀ ଜଳ ଓ ଜୀବନର ସଂଜ୍ଞା ବୁଝାଏ । ହାତୀ ପର୍ଯ୍ୟଟକଙ୍କୁ ହୃଦୟ ଦିଆନିଆ କରେ ଆଉ ବିଦେଶୀ ଜୀବଜନ୍ତୁ ଆତିଥ୍ୟର ଅଙ୍କ ବୁଝାନ୍ତି । ସନ୍ଧ୍ୟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ପାଗ ଶୀତୁଆ ରହୁଛି ବୋଲି ନନ୍ଦନକାନନରେ ପର୍ଯ୍ୟଟକ  ସଂଖ୍ୟା ମଧ୍ୟ ବଢୁଛି । ବଡ଼କଥା ହେଉଛି ସକାଳ ଓ ସନ୍ଧ୍ୟା ସମୟରେ ବାଘ,ଭାଲୁ ଓ ସିଂହଙ୍କ ପାଇଁ ଖେଳକୁଦ ଆନନ୍ଦର ସମୟ ହୋଇଥିବାରୁ ପର୍ଯ୍ୟଟକମାନେ ବେଶ ମଜା ନେଉଛନ୍ତି । 

ଅଧିକ ପଢ଼ନ୍ତୁ--ଆଦିବାସୀଙ୍କ ଭଗବାନ ବିର୍ସା ମୁଣ୍ଡା: ଯାହାଙ୍କୁ ଦେଖିଲେ ଭୟରେ ଥରୁଥିଲେ ଇଂରେଜ

ଏପଟେ ସରୀସୃପ ଘର ସବୁ ଉଷୁମ ରଖିବା ଲାଗି ଭିତରେ ନଡ଼ା ପଡ଼ିଛି ଏବଂ ବଲବ ଲାଗିଛି । ଆରାମରେ ଶୋଇ ପାରୁଛନ୍ତି ନାଗ, ନାଗୁଣୀ, ଅହିରାଜ ଓ ଅଜଗର ସାପ ସବୁ । ଖାଲି ଏତିକି ନୁହେଁ ସିମ୍ପାଞ୍ଜିଙ୍କୁ ରାତିରେ ଦିଆଯାଉଛି କମ୍ବଳ । ସନ୍ଧ୍ୟା ହେବା ପରେ ପକ୍ଷୀ ଘରକୁ ନୀଳ ଜରିରେ ଘୋଡାଇ ଦେବା ସହ ଭିତରେ ଲାଇଟ ଲଗାଯାଉଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ପର୍ଯ୍ୟଟନ ଋତୁ ଆସିଥିବାରୁ ନନ୍ଦନକାନନର ଜୀବଜନ୍ତୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଆଉ ପିକନିକ୍ ସ୍ପଟ୍ ହୋଇଥିବାରୁ ବଢୁଛି ପର୍ଯ୍ୟଟକଙ୍କ ଭିଡ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe