କଅଁଳ ବୟସରେ ନନ୍ଦନଙ୍କୁ ଦାଉ ସାଧିୁଛି କ୍ୟାନ୍ସର : ବାପାମାଙ୍କ ଆକୁଳ ନିବେଦନ ମୋ ପୁଅକୁ ବଞ୍ଚାଇଦିଅ

Advertisment

ଦୁନିଆକୁ ଭଲ ଭାବରେ ଦେଖିବା ଆଗରୁ ଦୁନିଆ ଅନ୍ଧାର ହୋଇଯାଇଛି । କ୍ୟାନସର ରୋଗରେ ପୀଡ଼ିତ ୧୧ ବର୍ଷର କୁନି ପୁଅ। କୁଳ ନନ୍ଦନର ଜୀବନ ବଞ୍ଚାଇବା ପାଇଁ ଅହରହ ଲୁହ ଗଡ଼ାଉଛନ୍ତି ମାଆ। କାନ୍ଦିକାନ୍ଦି ସହାୟତା ଭିକ୍ଷା କରୁଛନ୍ତି ଅସହାୟ ବାପା ।

ଦୁନିଆକୁ ଭଲ ଭାବରେ ଦେଖିବା ଆଗରୁ ଦୁନିଆ ଅନ୍ଧାର ହୋଇଯାଇଛି । କ୍ୟାନସର ରୋଗରେ ପୀଡ଼ିତ ୧୧ ବର୍ଷର କୁନି ପୁଅ। କୁଳ ନନ୍ଦନର ଜୀବନ ବଞ୍ଚାଇବା ପାଇଁ ଅହରହ ଲୁହ ଗଡ଼ାଉଛନ୍ତି ମାଆ। କାନ୍ଦିକାନ୍ଦି ସହାୟତା ଭିକ୍ଷା କରୁଛନ୍ତି ଅସହାୟ ବାପା ।

nadan

nadan Photograph: (KanakNews )

କନକବ୍ୟୁରୋ : ଦୁନିଆକୁ ଭଲ ଭାବରେ ଦେଖିବା ଆଗରୁ ଦୁନିଆ ଅନ୍ଧାର ହୋଇଯାଇଛି । କ୍ୟାନସର ରୋଗରେ ପୀଡ଼ିତ ୧୧ ବର୍ଷର କୁନି ପୁଅ। କୁଳ ନନ୍ଦନର ଜୀବନ ବଞ୍ଚାଇବା ପାଇଁ ଅହରହ ଲୁହ ଗଡ଼ାଉଛନ୍ତି ମାଆ। କାନ୍ଦିକାନ୍ଦି ସହାୟତା ଭିକ୍ଷା କରୁଛନ୍ତି ଅସହାୟ ବାପା  । ବାଲେଶ୍ୱର ଜଳେଶ୍ୱର ବ୍ଲକର ଏହି ହୃଦୟ ବଦାରକ ଦୃଶ୍ୟ।

କୁନି ପୁଅର କାହାଣୀ କେଉଁଠୁ ଆରମ୍ଭ କରି ବା। ସୁଖରୁ ନା ଦୁଃଖରୁ । ବାସ୍ତବତାରୁ ନା ବିକଳରୁ । ଭଗ୍ନ ଭବିଷ୍ୟତରୁ ନା ଯନ୍ତ୍ରଣାରୁ। ମାଆଙ୍କ ବୁକୁଫଟା କାନ୍ଦ ଦେଖି ସାହି ପଡ଼ିଶାଙ୍କ ଆଖିରେ ବି ଲୁହ ରହୁନି । ପିଲାଟିର ଯନ୍ତ୍ରଣା ଦେଖି ଭାଙ୍ଗି ପଡ଼ିଛନ୍ତି ସମସ୍ତେ ।  କେତେ ଦିଅଁ ଦେବତାଙ୍କୁ ପୂଜି ବିବାହର ୧୧ ବର୍ଷ ପରେ ନନ୍ଦନକୁ କୋଳରେ ପାଇଥିଲେ ବାପା-ମାଆ  । 

ପୁଅକୁ ପାଇ ଦୁଃଖକଷ୍ଟକୁ ଭୁଲି ଯାଇଥିଲେ ଜଳେଶ୍ୱର ସରସିଦା ଗାଁର ଜାନକୀ ଓ ସପନ ଦତ୍ତ। ନନ୍ଦନଙ୍କୁ ମଣିଷ କରିବା ପାଇଁ ଦିନ ରାତି ଏକ କରିଦେଇଥିଲେ ବାପା । ହେଲେ ଦଇବ ତା' ସହିଲା ନାହିଁ। ହସ ଖୁସି ନେଇ ଆସିଥିବା ପୁଅ ଆଖିରେ ପିଣ୍ଡୁଳା ହୋଇ ତା' ଶରୀରରେ ସବାର ହୋଇଛି କ୍ୟାନସ ରୋଗ  ।

ସ୍କୁଲ ଯାଉଥିବା ଛାତ୍ର, ଏବେ ଶେଜରେ ପଡ଼ିଛି। ଆଖିର ଯନ୍ତ୍ରଣା ଅସହ୍ୟ ହେଉଛି ।  ପୁଅ ଆଖିରେ ଛୋଟ ପିଣ୍ଡୁଳା ହୋଇଥିଲା। ବାପା-ମାଆ ଦୁହେଁ ଡାକ୍ତରଖାନା ନେଲେ। ଡାକ୍ତରଙ୍କ ଠାରୁ ପୁଅର ରୋଗ ସଂପର୍କରେ ଜାଣିବା ପରେ ତାଙ୍କ ଦୁନିଆ ଅନ୍ଧାର ହୋଇଯାଇଛି । ପାଦ ତଳୁ ମାଟି ଖସିଯାଇଛି ।  ଖଟିଲେ ଖାଉଥିବା ପରିବାର, ପୁଅର ଜୀବନ ପାଇଁ ସହଯୋଗ ଲୋଡ଼ିଛନ୍ତି।

ନନ୍ଦନଙ୍କ ଆଖି ଅପରେସନ କରିବାକୁ ପଡ଼ିବ । ଏଥିପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ। ପାଖରେ ଯାହା ସଞ୍ଚୟ ଥିଲା ତାହା ସରି ଗଲାଣି। ନିଜ ଅଣ୍ଟି ଖାଲି ହୋଇଯିବା ପରେ କାନ୍ଦିକାନ୍ଦି ସାହାର୍ଯ୍ୟ ଭିକ ମାଗୁଛନ୍ତି ମା' ।  ଯଦି ଆପଣମାନେ କୁନି ପୁଅକୁ ସାହାଯ୍ୟ କରିବାକୁ ଚାହାନ୍ତି ତାହାହେଲେ ଏହି ଠିକଣାରେ ସହାୟତା ରାଶି ପଠାଇ ପାରିବେ। 

କୁନି ଜୀବନକୁ କିଛି ସହାୟତର ହାତ ବଢାନ୍ତୁ ହୁଏତ ଆମର କିଛି ସହଯୋଗ ତାକୁ ନୂଆ ଜୀବନ ଦେବ 
ନିମ୍ନରେ ସବିଶେଷ ତଥ୍ୟ ପ୍ରଦାନ କରୁଛୁ 

JANAKI DUTTA
AC NO-1388010165907
IFSC – PUNB0138820
Branch–Chhamouza,Jaleswar
Phone pay -7013317906

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe