ସରକାରଙ୍କ ନଥିରେ ନୁହନ୍ତି ଶିକ୍ଷକ ; ବିନା ପାରିଶ୍ରମିକରେ ପାଠ ପଢ଼ାଉଛନ୍ତି ନମିତା

Advertisment

ସରକାର ନଶୁଣିଲେ କଣ ହେଲା, ନିଜ ହାତକୁ ନେଇଛନ୍ତି ଶିକ୍ଷାଦାନର ଭାର । ପ୍ରଧାନଶିକ୍ଷକଙ୍କ ବ୍ୟତୀତ ଗାଁ ସ୍କୁଲରେ ଆଉ ଜଣେ ବି ଶିକ୍ଷକ ନଥିବାରୁ, ସେ ଆଗେଇ ଆସିଛନ୍ତି ଏକ ମହତ ଉଦ୍ଦେଶ୍ୟ ନେଇ । ସରକାରଙ୍କ ନଥିରେ ସେ ଶିକ୍ଷୟିତ୍ରୀ ନୁହନ୍ତି... ହେଲେ ଏ ସ୍କୁଲ ପାଇଁ ସେ ଶିକ୍ଷୟିତ୍ରୀଠୁ କିଛି କମ୍ ନୁହନ୍ତି ।

ସରକାର ନଶୁଣିଲେ କଣ ହେଲା, ନିଜ ହାତକୁ ନେଇଛନ୍ତି ଶିକ୍ଷାଦାନର ଭାର । ପ୍ରଧାନଶିକ୍ଷକଙ୍କ ବ୍ୟତୀତ ଗାଁ ସ୍କୁଲରେ ଆଉ ଜଣେ ବି ଶିକ୍ଷକ ନଥିବାରୁ, ସେ ଆଗେଇ ଆସିଛନ୍ତି ଏକ ମହତ ଉଦ୍ଦେଶ୍ୟ ନେଇ । ସରକାରଙ୍କ ନଥିରେ ସେ ଶିକ୍ଷୟିତ୍ରୀ ନୁହନ୍ତି... ହେଲେ ଏ ସ୍କୁଲ ପାଇଁ ସେ ଶିକ୍ଷୟିତ୍ରୀଠୁ କିଛି କମ୍ ନୁହନ୍ତି ।

Namita

Namita Photograph: (kanak news)

କନକ ବ୍ୟୁରୋ : ଆଦିବାସୀ ଗାଁରେ ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି ସେଇ ଗାଁର ଜଣେ ଝିଅ । ସରକାର ନଶୁଣିଲେ କଣ ହେଲା, ନିଜ ହାତକୁ ନେଇଛନ୍ତି ଶିକ୍ଷାଦାନର ଭାର । ପ୍ରଧାନଶିକ୍ଷକଙ୍କ ବ୍ୟତୀତ ଗାଁ ସ୍କୁଲରେ ଆଉ ଜଣେ ବି ଶିକ୍ଷକ ନଥିବାରୁ, ସେ ଆଗେଇ ଆସିଛନ୍ତି ଏକ ମହତ ଉଦ୍ଦେଶ୍ୟ ନେଇ । ସରକାରଙ୍କ ନଥିରେ ସେ ଶିକ୍ଷୟିତ୍ରୀ ନୁହନ୍ତି... ହେଲେ ଏ ସ୍କୁଲ ପାଇଁ ସେ ଶିକ୍ଷୟିତ୍ରୀଠୁ କିଛି କମ୍ ନୁହନ୍ତି । ସେ ନଥିଲେ, ଆଜି ଖାଲି ପଡ଼ିଥାନ୍ତା ଏ କଳାପଟା , ବସ୍ତାନିରୁ ବାହାରିନଥାନ୍ତା ବହିଖାତା । ହେଲେ ଗାଁ ପିଲାଙ୍କ ଭବିଷ୍ୟତ ଅଶିକ୍ଷାର ଅନ୍ଧାରରେ ହଜିବା ଆଗରୁ, ଆଗେଇ ଆସିଛନ୍ତି ସେଇ ଗାଁର ଜଣେ ଶିକ୍ଷିତ ଝିଅ । ନାଁ ତାଙ୍କର ‘ନମିତା’... ଆଦିବାସୀ ମୁଲକରେ ଜାଳୁଛନ୍ତି ଶିକ୍ଷାର ସଳିତା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ମାଦିନାଟ ଆଶ୍ରମ ସ୍କୁଲରେ ପ୍ରଧାନଶିକ୍ଷକଙ୍କ ବ୍ୟତୀତ ଆଉ ଜଣେ ବି ଶିକ୍ଷକ ନଥିବାରୁ, ସେ ନିଜ ଆଡ଼ୁ ଆଗେଇ ଆସିଛନ୍ତି ପିଲାଙ୍କୁ ପାଠ ପଢ଼ାଇବା ପାଇଁ । ବର୍ଷେରୁ ଅଧିକ ସମୟ ହେବ ବିନା ପାରିଶ୍ରମିକରେ ପିଲାଙ୍କୁ ନିଷ୍ଠାର ସହ ପାଠ ପଢ଼ାଇ ଚାଲିଛନ୍ତି । 

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏହି ସ୍କୁଲରେ ପଢ଼ୁଛନ୍ତି ଶିଶୁ ବାଟିକାଠୁ ପଞ୍ଚମ ଶ୍ରେଣୀ ଯାଏ ୪୫ ଜଣ ଛାତ୍ରଛାତ୍ରୀ । ହେଲେ ବିଡ଼ମ୍ୱନା, ୨ ବର୍ଷ ହେବ କେବଳ ପ୍ରଧାନଶିକ୍ଷକଙ୍କୁ ନେଇ ଚାଲିଛି ସ୍କୁଲ୍ । ସେ  ଅଫିସ କାର୍ଯ୍ୟରେ ବାହାରକୁ ଗଲେ ସ୍କୁଲ ଅଚଳ, ପିଲାଙ୍କ ପାଠ ପଢ଼ା ବନ୍ଦ । ଏଭଳି ସ୍ଥିତିରେ, ଆଦିବାସୀ ଝିଅଟିଏ ହେଲେ ବି, ଶିକ୍ଷାର ଗୁରୁତ୍ୱକୁ ଖୁବ୍ ଭଲରେ ବୁଝିଛନ୍ତି ନମିତା ମଳିକ । ଅର୍ଥାଭାବ କାରଣରୁ ନିଜେ ଯୁକ୍ତ ଦୁଇ ପରେ ଆଉ ଆଗକୁ ପଢ଼ି ପାରିନଥିବା ନମିତା, ଘରେ ବସିବା ଅପେକ୍ଷା ସ୍କୁଲରେ ପାଠ ପଢ଼ାଇବାକୁ ଉଚିତ ମଣିଛନ୍ତି । ଦରମା କଥା ନଭାବି, ନିଇତି ନିଜକୁ ହଜାଇ ଦେଉଛନ୍ତି ପିଲାଙ୍କ ସ୍ନେହବୋଳା ଦିଦି ଦିଦି ଡାକରେ ।

ଅଧିକ ପଢ଼ନ୍ତୁ---ପ୍ରଦୂଷଣ ଯାଞ୍ଚ ଭ୍ୟାନ୍‌ ଆଗରେ ପ୍ରବଳ ଭିଡ଼ ; ସରକାରୀ ଘୋଷଣା ପରେ ଲୋକ ଛାନିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe