ବଦଳିଲା ଯାଜପୁର ମେଡିକାଲ କଲେଜ ନାଁ ; ଯଯାତିକେଶରୀ ମେଡିକାଲ କଲେଜ ବଦଳାଇ ହେଲା ମହାରାଜା ଯଯାତିକେଶରୀ ମେଡିକାଲ କଲେଜ

ବଦଳିଲା ଯାଜପୁର ମେଡିକାଲ କଲେଜ ନାଁ । ଯଯାତିକେଶରୀ ମେଡିକାଲ କଲେଜ ବଦଳାଇ କରାଗଲା ମହାରାଜା ଯଯାତିକେଶରୀ ମେଡିକାଲ କଲେଜ ।  ନାମକରଣକୁ ସ୍ୱାଗତ କଲେ ଗବେଷକ ଓ ରାଜନେତା ।

jajpur medical college

jajpur medical college Photograph: (kanakNews)

କନକ ବ୍ୟୁରୋ: ବଦଳିଲା ଯାଜପୁର ମେଡିକାଲ କଲେଜ ନାଁ। ଯଯାତିକେଶରୀ ମେଡିକାଲ କଲେଜର ନାଁ ବଦଳାଇ ମହାରାଜା ଯଯାତିକେଶରୀ ମେଡିକାଲ କଲେଜ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଲୋକାର୍ପଣ କରିଥିବା ବେଳେ ଗବେଷକ, ରାଜନେତା ଓ ବିଭିନ୍ନ ବର୍ଗର ଲୋକ ନୂଆ ନାମକରଣକୁ ସ୍ବାଗତ କରିଛନ୍ତି। 

ଯାଜପୁର ଟାଉନ ନିକଟସ୍ଥ ବୈତରଣୀ କୂଳରେ ୪୨ ଏକର ଜମିରେ ପ୍ରାୟ ୫୬୨ କୋଟି ଟଙ୍କାରେ ନିର୍ମିତ  ହୋଇଛି ମେଡିକାଲ କଲେଜ। ଏଥିପାଇଁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ଭାଗ ଅର୍ଥ ଦେଇଛନ୍ତି । ଚଳିତ ଶିକ୍ଷାବର୍ଷ ୫୦ ଜଣ ଛାତ୍ର ନାମ ଲେଖାଇଛନ୍ତି। ଏହି ମେଡିକାଲ କଲେଜର ନାଁ କେବଳ ଯଯାତି କେଶରୀ ବଦଳରେ ମହାରାଜାଙ୍କୁ ସମ୍ମାନ ଜଣାଇ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ରଖିବାକୁ ଦାବି ହୋଇଥିଲେ ବି ତାହା କାର୍ୟ୍ୟକାରୀ ହୋଇନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ କଲେଜ ନାଁ ପରିବର୍ତ୍ତନ କରି ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଘୋଷଣା କରିଛନ୍ତି ।

ପୂର୍ବରୁ ମେଡିକାଲ କଲେଜ ନାଁରେ ମହାରାଜା ଯୋଡ଼ିବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପୂର୍ବ ସରକାର ଓ ରାଜ୍ୟପାଳଙ୍କୁ ଲୋକଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। କିନ୍ତୁ କିଛି କୁଚକ୍ରୀ ଏହାକୁ  ବିରୋଧ କରିଥିଲେ।  ଏପରିକି ମହାରାଜା ଯଯାତି କେଶରୀ କିଏ ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ମେଡିକାଲ କଲେଜର ଲୋକାର୍ପଣ ଉତ୍ସବରେ ସରକାର ଏହାର ନାଁ ବଦଳାଇ ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ରଖିଥିବା ଘୋଷଣା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe