କନକ ବ୍ୟୁରୋ : ନାଳନ୍ଦା ପବ୍ଲିକ୍ ସ୍କୁଲ ସିଡିଏ କଟକର ଚତୁର୍ଥତମ ବାର୍ଷିକ ସମାବର୍ତ୍ତନ  ଉତ୍ସବ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କ ଗହଣରେ ଆଡମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି  । ମାନ୍ୟବର ଲୋକସଭାର ମାନ୍ୟବର ସାଂସଦ  ଭର୍ତ୍ତୁହରି  ମହତାବ ମୁଖ୍ୟ ଅତିଥି, ବସୁନ୍ଧରା ଅନାଥାଶ୍ରମର ସେକ୍ରେଟାରୀ  ଶୈଳ ବେହେରା ଓ ଡି.ଏ.ଭି ଓ ଏସ୍.ସି.ବି ପବ୍ଲିକ ସ୍କୁଲର ଚେୟାରମ୍ୟାନ ତଥା କଳାବିକାଶ କେନ୍ଦ୍ରର ପର·ଳକ ଟ୍ରଷ୍ଟି ରବିନ୍ଦ୍ରନାଥ ମହାନ୍ତି ସମ୍ମାନିତ ଅତିଥି, କଟକ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କିଶୋର କୁମାର ମହାନ୍ତି ମୁଖ୍ୟ ବକ୍ତାଭାବେ ଯୋଗଦେଇ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଓ ଶିକ୍ଷା ପଦ୍ଧତି ଉଚ୍ଚକୋଟୀର ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ତଥା ଚେୟାରମ୍ୟାନ ଯଶସ୍ୱିନୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ  । ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀମତୀ ହଫସା ସମିମ୍ ବାର୍ଷିକ ବିବରଣୀ ପାଠ କରିଥିଲେ । ସମାଜସେବୀ ଶର୍ମିଷ୍ଠା ନାଥଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନାଳନ୍ଦା ବିଦ୍ୟାଳୟର ଆଦର୍ଶ ପଣ୍ଡା, ପ୍ରଜ୍ଞା ପରମିତା ସ୍ୱାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିନାୟକ ବେହେରା, ଏସ୍.ଏମ୍.ତବରେଜ୍ ଉସ୍ମାନୀ ତଥା କ୍ଲାଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗୁରୁପ୍ତି ପ୍ରଧାନ ପ୍ରଭୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ  । ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନ ଅଗସ୍ତ୍ୟା ନାୟକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

Advertisment

adsfas

ନାଳନ୍ଦା ପବ୍ଲିକ ସ୍କୁଲ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ପୟୋସ୍ୱିନୀ ସାହୁ, ସୁର୍ଯ୍ୟପ୍ରକାଶ ସାହୁ, ନିହାଲ ଅଗ୍ରୱାଲ, ମୁସ୍କାନ ଝୱର, ଡମ୍ବରୁଧର ମହାପାତ୍ର ତଥା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ରୀ ମାହଜାବିନ୍ ଅଲ୍ଲି ଖାନ୍ ଓ ସ୍ମରଣୀକା ସାହୁଙ୍କୁ ଆଜିର ଉତ୍ସବରେ ସମ୍ମାନୀତ କରାଯାଇଥିଲା । ସ୍କୁୁଲର ବରିଷ୍ଠ ଶିକ୍ଷକ କ୍ରିଷ୍ଣକାନ୍ତ ଯାଦବ, ଚନ୍ଦନ କୁମାର, ବିଶ୍ୱଜିତ ମହାପାତ୍ର ଓ ମଧୁମିତା ହୋତାଙ୍କୁ ତାଙ୍କର ଉକ୍ରର୍ଷ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଇଥିଲା । 

afae

ମୁଖ୍ୟବକ୍ତା ପିଲାମାନଙ୍କର ଚରିତ୍ର ଗଠନ ଦିଗରେ ଆଲୋକପାତ କରି ଅଧ୍ୟବସାୟ, ଶୃଙ୍ଖଳିତ ଜୀବନ, ସକରାତ୍ମକ ଚିନ୍ତାଧାରା ଏକ ସୁନ୍ଦର ନୈତିକ ଜୀବନ ଗଢ଼ିତୋଳିବା ଦିଗରେ ସଫଳତାର ଚାବିକାଠି ବୋଲି ପିଲାମାନଙ୍କୁ ଦିଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ଡିନ୍ ଡକ୍ଟର ଅଂଶୁମାନ ମହାନ୍ତି ଅତିଥି ପରିଚୟ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ସମନ୍ୱୟକାରୀ ମଧୁଛନ୍ଦା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।