କନକ ବ୍ୟୁରୋ: ମହାକୁମ୍ଭ-୨୦୨୫ରେ ବଛାବଛା ପ୍ରାଚୀନ ହିନ୍ଦୁ ଆଖଡ଼ା ଦ୍ୱାରା ପ୍ରାୟ ୧୨,୦୦୦ ନୂଆ ନାଗା ସାଧୁଙ୍କୁ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ କରାଯିବ । ଗଙ୍ଗାରେ ୧୦୮ ଥର ସ୍ନା କରିବା ପରେ ସେମାନେ ଜଙ୍ଗଲକୁ ଯାଇ କରିବେ କଠୋର ସାଧନା ।
ମୋଟ ୧୩ଟି ସ୍ୱୀକୃତିପ୍ରାପ୍ତ ହିନ୍ଦୁ ମଠ ମଧ୍ୟରୁ ମାତ୍ର ୭ଟି ଆଖଡ଼ାରେ ନାଗା ସାଧୁ ଅଛନ୍ତି । ଏମାନଙ୍କ ମଧ୍ୟରେ ଜୁନା ଆଖଡ଼ା, ନିରଞ୍ଜନୀ ଆଖଡ଼ା, ମହାନିର୍ବାଣୀ ଆଖଡ଼ା, ଅଟଳ ଆଖଡ଼ା, ଅଗ୍ନି ଆଖଡ଼ା, ଆନନ୍ଦ ଆଖଡ଼ା ଓ ଆବାହନ ଆଖଡ଼ା ରହିଛି । ଏହି ଆଶାୟୀ ନାଗା ସାଧୁମାନେ ନିଜ ପିତାମାତା ଏବଂ ଏପରିକି ନିଜ ପାଇଁ ପିଣ୍ଡଦାନ କରିବା ପରେ ସଂସାରିକ ଆକର୍ଷଣ ତ୍ୟାଗ କରିଥିବା ଆଖଡ଼ାର ସଦସ୍ୟ ହୋଇସାରିଛନ୍ତି । ନାଗା ସନ୍ନ୍ୟାସୀ ହେବାକୁ ଚାହୁଥିବା ଜଣେ ସାଧୁଙ୍କ କାର୍ୟ୍ୟକଳାପ ଉପରେ ଅନେକ ବର୍ଷ ଧରି ତୀକ୍ଷ୍ଣ ନଜର ରଖାଯାଇଥାଏ । ପୂଜା ଓ ଧାର୍ମିକ କାର୍ୟ୍ୟରେ ସମ୍ପୂର୍ଣ୍ଣ ସମର୍ପିତ ଥିବା ସାଧୁମାନଙ୍କୁ ହିଁ ନାଗା ସନ୍ନ୍ୟାସୀ କରାଯାଏ ବୋଲି ବିଭିନ୍ନ ଆଖଡ଼ାର ବରିଷ୍ଠ ସାଧୁମାନେ ଦାବି କରିଛନ୍ତି ।
ମହାକୁମ୍ଭର ଦ୍ୱିତୀୟ ଅମୃତ ସ୍ନାନ ବା ଶାହୀ ସ୍ନାନ ପୂର୍ବରୁ ନାଗା ସାଧୁମାନଙ୍କୁ ତିଆରି କରିବାର ପରମ୍ପରା ଆରମ୍ଭ ହୁଏ, କିନ୍ତୁ ଏହାର ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଥାଏ । ଚଳିତବର୍ଷ ମୌନୀ ଅମାବାସ୍ୟା ସ୍ନାନ ପର୍ବ ଜାନୁଆରି ୨୯ରେ ହେବାର ଥିବାରୁ ଜାନୁଆରୀ ୨୭ରୁ ଆଖଡ଼ାରେ ପୂଜା ଆରମ୍ଭ ହେବ । ପରମ୍ପରା ଅନୁଯାୟୀ ପ୍ରଥମ ଦିନ ମଧ୍ୟରାତ୍ରିରେ ସ୍ୱତନ୍ତ୍ର ପୂଜା କରାଯିବ । ଯେଉଁମାନେ ସାଧୁ ଭାବରେ ଦୀକ୍ଷା ଗ୍ରହଣ କରିଛନ୍ତି ଏବଂ ନାଗା ସନ୍ନ୍ୟାସୀ ହେବାକୁ ଯାଉଛନ୍ତି ସେମାନଙ୍କୁ ନିଜ ନିଜ ଗୁରୁଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ । ସାଧୁମାନେ ମଧ୍ୟରାତ୍ରିରେ ଗଙ୍ଗାରେ ୧୦୮ ଥର ସ୍ନାନ କରିବେ । ଏହି ସ୍ନାନବିଧି ପରେ ସେମାନଙ୍କୁ 'ଜଙ୍ଗଲ'କୁ ତପସ୍ୟା କରିବାକୁ ପଠାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/17/4tFFaoopFzvTAFyrKmvg.jpg)