କନକ ବ୍ୟୁରୋ : ବିଭିନ୍ନ ପୂଜା ମଣ୍ଡପରେ ଶୋଭାପାଉଛନ୍ତି ପ୍ରଭୁ ଗଜାନନ । ବାଲେଶ୍ବରର ମଣ୍ଡପରେ ମଧ୍ୟ ସୁନ୍ଦର ସୁନ୍ଦର ଗଣେଶମୂର୍ତ୍ତି ପୂଜା ପାଉଛି । ଦର୍ଶନ ପାଇଁ ଲୋକଙ୍କ ଖଚାଖଚ ଭିଡ଼ ମଧ୍ୟ ଲାଗିଛି । ହେଲେ ସେହି ସମୟରେ ଗଣେଶଙ୍କ ମୂର୍ତ୍ତି ପାଖରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଲେଶ୍ବର ଜେଲ୍ ରୋଡରେ ହୋଇଥିବା ମଣ୍ଡପରେ ଏକ ବିରାଟ ନାଗ ସାପ ଫଣା ଟେକି ରହିଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ପୂଜା ମଣ୍ଡପରେ ଗଣେଶଙ୍କ ନିକଟରେ ଏହି ନାଗ ସାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ମଣ୍ଡପରେ ଯେଉଁ ଗଣେଶ ମୂର୍ତ୍ତି ହୋଇଥିଲା ଗଣେଶଙ୍କ ପେଟ ଚାରିପଟେ ଅନେକ ସାପ ତିଆରି କରାଯାଇଥିଲା ।
ତେବେ ହଠାତ୍ ଏହି ଜୀବନ୍ତ ନାଗ ସାପ ଆସିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା। ନାଗସାପଟି ବେଶ୍ କିଛି ସମୟ ପର୍ୟ୍ୟନ୍ତ ଗଣେଶଙ୍କ ପାଖରେ ମୂର୍ତ୍ତି ଆଗରେ ରହିଥିବା ଦେଖିବାକୁ ମିଳିଥିଲା । ଗଣେଶଙ୍କୁ ଦେଖିବା ସହ ସାପକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/30/11-2025-08-30-09-57-56.jpg)