କନକ ବ୍ୟୁରୋ : ଭୁବନେଶ୍ୱରରେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପିର ଜାତୀୟ ସଭାପତି ଜେ.ପି ନଡ୍ଡା । ସଦସ୍ୟତା ଅଭିଯାନରେ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି । ଆଉ ନୂଆ ନେତାଙ୍କୁ ମାର୍ଗଦର୍ଶନ କରିବା ସହ ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ସହଙ୍କ ସହ ଆଲୋଚନା କରିଛନ୍ତି । 

Advertisment

ନେତା ଓ ବିଧାୟକଙ୍କୁ ନଡ୍ଡାଙ୍କ ମନ୍ତ୍ର 
-ଆଉ ଥରେ ଜିତିବାର ଦେଲେ ଟିପ୍ସ
-ବିଧାୟକମାନେ ଦକ୍ଷତା ବଢାନ୍ତୁ
-ଶକ୍ତି କେନ୍ଦ୍ରକୁ ଯାଆନ୍ତୁ ବିଧାୟକ, ମଣ୍ଡଳ ଯାଏଁ ଯାଆନ୍ତୁ ସାଂସଦ
-ପ୍ରତିଦିନ ରୁଟିନ ତିଆରି କର, ଟାର୍ଗେଟ ସେଟ୍ କର
-ପାର୍ଟି ସଭାପତିଙ୍କୁ ଅପଡେଟ୍ ଜଣାଅ
-ଦଳିତ ଓ ଅସହାୟ ବ୍ୟକ୍ତିଙ୍କୁ ଛୁଅଁ
ଟାକ୍ସ ଦେବା ସହ ଜେ.ପି.ନଡ୍ଡା କହିଛନ୍ତି, ବିଜେପି ଗଣତନ୍ତ୍ରରେ ବିଶ୍ବାସ କରେ । ଏଠାରେ ନେତାଙ୍କ ପୁଅ ନେତା ହୁଅନ୍ତି ନାହିଁ, ମାଟିରୁ ଆସିଥିବା ପୁଅ ନେତା ହୁଅନ୍ତି

ନାଁ ନେଇ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି ଜେ.ପି.ନଡ୍ଡା । ସେମାନଙ୍କୁ ଦେଶର ବିକାଶ ଦେଖାଯାଉନାହିଁ ବୋଲି କଟାକ୍ଷ କରିଛନ୍ତି ବିଜେପି ସଭାପତି । ସେମାନଙ୍କୁ କେବଳ ଦରଦାମ ବେକାରୀ ଓ ଦରଦାମ ବୃଦ୍ଧି କଥା ଦେଖାଯାଉଛି ।  ମୋଦି ଶାସନକାଳର ଅର୍ଥନୈତିକ ଏଜେଣ୍ଡା କଥା କହିଥିଲେ ଜେ.ପି.ନଡ୍ଡା । ନଡ୍ଡାଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପି ଅଫିସ ଚଳଚଂଚଳ ହୋଇଥିଲା । 

ନଡ୍ଡା ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହେବାସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । .. ନିର୍ବାଚନରେ ବିଜୟ ଓ ଏବେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ ନେଇ ଉତ୍ସାହିତ ଅଛି ରାଜ୍ୟ ବିଜେପିର ନେତା ଓ କର୍ମୀ ।