କନକ ବ୍ୟୁରୋ: ୧୦ ମାସରୁ ଉର୍ଦ୍ଧ୍ବ ସମୟ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେପିର ସଂଗଠନ ଓ ସରକାର ଭିତରେ ତାଳମେଳ କେମିତି ରହିଛି, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ତାଗିଦ ପରେ ପଦାରେ ପଡ଼ିଛି । କାହିଁକି ଏକ ମନ, ଏକ ସ୍ୱରରେ ଆଗେଇ ପାରୁ ନାହାନ୍ତି ବିଜେପି ନେତା, ପୁରୀ ପାଠଶାଳାରେ ତାର ସଂକେତ ମିଳିଛି । କାରଣ ସାଂସଦ ଓ ବିଧାୟକଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନଡ୍ଡା କହିଛନ୍ତି- ପୁରୀ ପାଠଶାଳାରେ ନଡ୍ଡାଙ୍କ ତାଗିଦ୍
ଦଳ ଭିତରେ ଗ୍ରୁପିଜିମ୍ କର ନାହିଁ
କୌଣସି କାମ କରିବା ପୂର୍ବରୁ ନିଜ-ନିଜ ଭିତରେ କନ୍ଦଳ କରନାହିଁ
କାହା ଉପରେ ଆକ୍ରୋଶ ନରଖି ସମସ୍ତଙ୍କ ସହ ମିଶି କାମ କର
ମନ୍ତ୍ରୀ, ବିଧାୟକ, ସାଂସଦ ବୋଲି ଗର୍ବ, ଅହଙ୍କାର କରନାହିଁ
ଅଫିସର ମାନଙ୍କଠାରୁ କାମ ଆଦାୟ କରନ୍ତୁ ବିଧାୟକ, ସାଂସଦ
ନିକଟରେ ଉତ୍କଳ, କୋଷଳ ପ୍ରସଙ୍ଗ ଉଠାଇ ଦଳକୁ ସବୁଠାରୁ ଅଧିକ ଅଡୁଆରେ ପକାଇଥିଲେ ସମ୍ବଲପୁର ବିଧାୟକ ଜୟନାରାଣ ମିଶ୍ର। ହେଲେ ନଡ୍ଡାଙ୍କ ନିର୍ଦ୍ଦେଶ ପରେ ଜୟ ଖୋଲାଖୋଲି କହିଛନ୍ତି, ଆମ ଦଳରେ କୌଣସି ଗ୍ରୁପିଜିମ୍ ନାହିଁ, ଆମେ ଗୋଟିଏ ଗ୍ରୁପ୍। କାହାରି ଭିତରେ ଗର୍ବ, ଅହଙ୍କାର ମଧ୍ୟ ନାହିଁ। ନଡ୍ଡା ଯାହା କହିଛନ୍ତି କେବଳ ପ୍ରଶିକ୍ଷଣ ଆକାରରେ କହିଛନ୍ତି । ହେଲେ ରାଜନୀତ ସମୀକ୍ଷକଙ୍କ ମତରେ ବିଜେପି ଏକ କେନ୍ଦ୍ରୀୟ ଦଳ ହୋଇଥିବାରୁ ରାଜ୍ୟ ୟୁନିଟର ପ୍ରଦର୍ଶନ ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ନଜର ସବୁବେଳେ ରହିଥାଏ। ଗତ ୧୦ ମାସରେ ଦଳ ଯେଭଳି ପ୍ରଦର୍ଶନ କରିବା କଥା କରିପାରି ନାହିଁ। ରାଷ୍ଟ୍ରୀୟ ସଭାପତି ଏହାକୁ ଉପଲନବ୍ଧି କରି, ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଶିକ୍ଷା ଦେଇଛନ୍ତି।
କୁହାଯାଉଛି ଦଳ ଭିତରେ ଟଣା ଓଟରା କାରଣରୁ ଏପର୍ଯ୍ୟନ୍ତ ରାଜ୍ୟ ସଭାପତି ସ୍ଥିର ହୋଇପାରୁନି । ସାଂଗଠନିକ ପୁନର୍ବିନ୍ୟାସଠାରୁ ଆରମ୍ଭ କରି ବୋର୍ଡ, ନଗମ ପଦବୀ ପୂରଣ ସମ୍ଭବ ହେଉନି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ ମୋହର ବାଜିବାରେ ବିଳମ୍ବ ହେଉଛି। ନଡ୍ଡାଙ୍କ ତାଗିଦ ପରେ ଏସବୁ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।
ଦିଲ୍ଲୀ ନେତୃତ୍ୱ ପାଖରେ ଓଡ଼ିଶା ବିଜେପି ଖବର, ପୁରୀ ପାଠଶାଳାରେ ତାଗିଦ୍ କଲେ ନଡ୍ଡା
ପୁରୀ ପାଠଶାଳାରେ ନଡ୍ଡାଙ୍କ ତାଗିଦ୍, ଦଳ ଭିତରେ ଗ୍ରୁପିଜିମ୍ କର ନାହିଁ
/kanak/media/media_files/2025/04/13/Hrt1rBG0I20wlQTpu3li.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)