ଜୋର ଧରିଲା ଏନଏସି ଦାବି, ବୋରିଗୁମ୍ମା, ବେଗୁନିଆ ଓ ଜୟପାଟଣାରେ ବନ୍ଦ ପାଳନ, ଜରୁରୀକାଳୀନ ସେବାକୁ ଛାଡ଼ି ସବୁ ଠପ୍

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ବନ୍ଦ ପାଳନ କରାଯାଉଛି । ବେଗୁନିଆରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

9

କନକ ବ୍ୟୁରୋ :  ଜୋର ଧରିଲା ଏନଏସି ଦାବି। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି କରିବା ଦାବିରେ ବନ୍ଦ ପାଳନ ହେଉଛି । ଆଜି ଏହି କ୍ରମରେ ତିନି ଜାଗାରେ ବନ୍ଦ ପାଳନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ବନ୍ଦ ପାଳନ କରାଯାଉଛି । ବେଗୁନିଆରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଜରୁରୀକାଳୀନ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିଛି । ତାଲିକାରେ ଥାଇ ମଧ୍ୟ ବେଗୁନିଆ ନାଁ ଡ୍ରାଫ୍ଟ ନୋଟିଫିକେସନରେ ନଥିବାକୁ ନେଇ ଆନ୍ଦୋଳନ କରିଛନ୍ତି ଲୋକେ । ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନଏସି କରିବା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳୁ ପଡିଛି ବନ୍ଦର ପ୍ରଭାବ । ୨୬ ଓ ୬୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe