କନକ ବ୍ୟୁରୋ : ଲୋକସେବା ଭବନରେ ନବ ଦାସଙ୍କ ପତ୍ନୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମୀନତି ଦାସ । ସାଙ୍ଗରେ ଆସିଛନ୍ତି ନବଙ୍କ ଝିଅ ଦୀପାଳି ଓ ପୁଅ ବିଶାଳ ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ'ଣ କହିବେ ମୀନତି ଦାସ ? ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । 

Advertisment

ଆଜି ଯାଏଁ ବି ସନ୍ଦେହ ଘେରରେ ରହିଛି ନବ ଦାସ ହତ୍ୟା ମାମଲା । ସାମ୍ନାକୁ ଆସୁଛି ନୂଆ ନୂଆ ଦ୍ୱନ୍ଦ୍ୱ । ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା, ଏହା ପଛରେ କ'ଣ କାରଣ ରହିଛି ତଦନ୍ତରୁ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ସନ୍ଦେହ ବି ବଢୁଛି । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବାକୁ ଲୋକସେବା ଭବନରେ ପହଞ୍ଚିଛନ୍ତି ନବ ଦାସଙ୍କ ପରିବାର । ଯାହାକୁ ନେଇ ଚର୍ଚ୍ଚା ବଢିଛି । ସେପଟେ ରାଉରକେଲା ବିଧାୟକ ସାରଦା ନାୟକ ଆଲୋଚନାରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ବଢିଛି । କାହିଁକି ନା ନବ ଦାସଙ୍କ ପରିବାର ଲୋକଙ୍କ ପଛେ ପଛେ ଲୋକସେବା ଭବନକୁ ପ୍ରବେଶ କରିଛନ୍ତି ସାରଦା ନାୟକ ।