କନକବ୍ୟୁରୋ : ଲୋଭଲଟେଜ ସମସ୍ୟାରେ ଅତିଷ୍ଠ ଲୋକଙ୍କ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ  ।   ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ କିଛି ବର୍ଷ ବ୍ୟବଧାନ ପରେ ପୁଣି ଆରମ୍ଭ ହେଲାଣି ଲୋ ଭୋଲଟେଜ ସମସ୍ୟା  ।  ପ୍ରତିଦିନ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଯୋଗୁଁ ଲୋକେ ଅତିଷ୍ଠ ହେଲେଣି  ।  କିଛି ଗାଁରେ ସପ୍ତାହ ସପ୍ତାହ ଧରି ବିଦ୍ୟୁତ ରହୁ ନଥିବାରୁ ଲୋକେ ଆଉ ସମ୍ଭାଳି ନ ପାରି ଆଜି ପ୍ରାୟ ଚାରି ଗୋଟି ପଂଚାୟତର ଲୋକେ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି   ।

Advertisment

ସାଉଥକୋ ପରେ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସେବା ଦାୟିତ୍ୱ ଗ୍ରହଣ କରିବା ଫଳରେ ଲୋକେ ବିଦ୍ୟୁତ ସମସ୍ୟା ସୁଧୁରି ଯିବ ବୋଲି ଆଶା ରଖିଥିଲେ ।  କିନ୍ତୁ ପୂର୍ବରୁ ଯାହା ସମସ୍ୟା ରହିଥିଲା ବର୍ତ୍ତମାନ ସେଥିରେ କୌଣସି ପରିବର୍ତ୍ତନ ହୋଇ ନଥିବା ଦେଖିବାକୁ ମିଳିଛି  ।  ପୂର୍ବ ଭଳି ଘନ ଘନ ବିଦ୍ୟୁତ କାଟ ସହ ଲୋ ଭୋଲ୍ଟଟେଜ ସମସ୍ୟାରେ କୌଣସି ପରିବର୍ତ୍ତନ ହୋଇ ନଥିବାରୁ ଲୋକେ ଅତିଷ୍ଠ ହୋଇ ପ୍ରତିବାଦ କରିଛନ୍ତି  ।

ଚାରି ଗୋଟି ପଂଚାୟତର ପ୍ରାୟ ଚାରି ଶହରୁ ଉର୍ଦ୍ଧ ଲୋକେ ଏକାଠି ହୋଇ ବିଦ୍ୟୁତ କାର୍ଯ୍ୟଳୟ ଠାରେ ପହଞ୍ଚି ଥିଲେ  ।  ଚଳିତ ବର୍ଷ ରବି ଫସଲ ରେ ହୋଇଥିବା ମକା ଚାଷ ରେ ଲୋ ଭୋଲଟେଜ  ଯୋଗୁଁ ପାଣି ମଡ଼ାଇ ନ ହୋଇ ପାରିବାରୁ ଫସଲ ନଷ୍ଟ ହେବାକୁ ଯାଉଥିବା ଅଭିଯୋଗ କରି ଚାଷୀ ମାନେ ବିଦ୍ରୋହ କରିଥିଲେ  ।