କନକ ବ୍ୟୁରୋ : ନବରଙ୍ଗପୁରର ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ। ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ରାଇଘର ଥାନା ଅଞ୍ଚଳର ଜଣେ ନର୍ସିଂ ଛାତ୍ରୀ ମାନସିକ ଓ ଶାରୀରିକ ନିର୍ୟାତନା ସହିନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ମୃତ୍ୟୁ ହୋଇଛି । ରାଇଘର ଡୁମୁରିମୁଣ୍ଡା ଅଞ୍ଚଳର ସମ୍ପୃକ୍ତ ଛାତ୍ରୀ, ଜୟପୁରସ୍ଥିତ ଏକ କଲେଜରେ ବିଏସସି ନର୍ସିଂ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ତାଙ୍କୁ ପଡୋଶୀ ଗାଁର ସତ୍ୟଜିତ ସରକାର ଏକତରଫା ପ୍ରେମ କରି ବାରମ୍ବାର ହଇରାଣ କରୁଥିଲେ । ଗତ ଜୁଲାଇ ୧୩ ତାରିଖରେ ଛାତ୍ରୀ ଜଣକ ବଜାରକୁ ଗ୍ରୋସରି କିଣିବାକୁ ଯାଇଥିବା ବେଳେ ସତ୍ୟଜିତ ବିଚ୍ ବଜାରରେ ନିସ୍ତୁକ ମାରପିଟ କରିଥିଲେ । ୧୫ ଜୁଲାଇରେ ଟାଉନ ଥାନାରେ ପୀଡିତା ନିଜ ତରଫରୁ ଏକ ଏତଲା ଦେଇଥିଲେ। ଜୟପୁର ପୋଲିସ କିନ୍ତୁ ଘଟଣାକୁ ଅତି ହାଲକା ଭାବେ ନେଇ ସତ୍ୟଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଅନ୍ୟପଟେ ଏକତରଫା ପ୍ରେମ କରୁଥିବା ସତ୍ୟଜିତ, ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲା । ଏଥିରେ ପୀଡିତା ଲୋକଲଜ୍ୟା ସହି ନପାରି ୧୭ ତାରିଖରେ ଘରେ ଥିବା ଘାସମରା ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରଥମେ ଉମରକୋଟ ମେଡିକାଲ, ପରେ ଅବସ୍ଥା ଗୁରୁତର ହେବାରୁ ରାୟପୁର ନେଇଥିଲେ । ଏହାପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ଘଟିଛି । ସେପଟେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସତ୍ୟଜିତ ସରକାର ଓ ଫଟୋ ଭାଇରାଲ କରିଥିବା ତାଙ୍କ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି
ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ନବରଙ୍ଗପୁର ନର୍ସିିଂ ଛାତ୍ରୀ ମୃତ, ପ୍ରେମିକ ଫଟୋ ଭାଇରାଲ କରିବାକୁ ଧମକ ଦେବା ପରେ ବିଷ ପିଇ ଦେଇଥିଲେ ଛାତ୍ରୀ
ଏହାପରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ମୃତ୍ୟୁ ହୋଇଛି । ରାଇଘର ଡୁମୁରିମୁଣ୍ଡା ଅଞ୍ଚଳର ସମ୍ପୃକ୍ତ ଛାତ୍ରୀ, ଜୟପୁରସ୍ଥିତ ଏକ କଲେଜରେ ବିଏସସି ନର୍ସିଂ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ତାଙ୍କୁ ପଡୋଶୀ ଗାଁର ସତ୍ୟଜିତ ସରକାର ଏକତରଫା ପ୍ରେମ କରି ବାରମ୍ବାର ହଇରାଣ କରୁଥିଲେ । ଗତ ଜୁଲାଇ ୧୩ ତାରିଖରେ ଛାତ୍ରୀ ଜଣକ ବଜାରକୁ ଗ୍ରୋସରି କିଣିବାକୁ ଯାଇଥିବା ବେଳେ ସତ୍ୟଜିତ ବିଚ୍ ବଜାରରେ ନିସ୍ତୁକ ମାରପିଟ କରିଥିଲେ ।
/kanak/media/media_files/2025/08/10/02-2025-08-10-07-36-36.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)