ମହଙ୍ଗା ପଡିଲା ନକ୍ସଲ ନାଁରେ ଚାନ୍ଦା ଆଦାୟ ,ଦୁଇ ନକଲି ମାଓବାଦୀଙ୍କୁ ଗିରଫ କଲା ନବରଙ୍ଗପୁର କୁନ୍ଦେଇ ପୋଲିସ

ମହଙ୍ଗା ପଡିଲା ନକ୍ସଲ ନାଁ ଚାନ୍ଦା ଆଦାୟ । ଦୁଇ ନକଲି ମାଓବାଦୀ ଯୁବକ ଗିରଫ। , ନବରଙ୍ଗପୁର କୁନ୍ଦେଇ ପୁଲିସ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି

maobadi

କନକବ୍ୟୁରୋ: ମହଙ୍ଗା ପଡିଲା ନକ୍ସଲ ନାଁ ଚାନ୍ଦା ଆଦାୟ । ଦୁଇ ନକଲି ମାଓବାଦୀ ଯୁବକ ଗିରଫ।  ନବରଙ୍ଗପୁର କୁନ୍ଦେଇ ପୁଲିସ ଦୁଇ ନକଲି ମାଓବାଦୀଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି , ଦୁଇ ଅଭିଯୁକ୍ତ ସ୍ଥାନୀୟ ହାଟ ଭରାଣ୍ଡି ଗ୍ରାମର ଅନିଲ କୁମାର ଗଣ୍ଠାଙ୍କ ଆଧାର କେନ୍ଦ୍ରକୁ ଯାଇ ତାଙ୍କୁ ଧମକ ଦେଇଥିଲେ। ମାଓବାଦୀର ଧମକ ଦେଖାଇ ୫୦ ହଜାର ଟଙ୍କା ବଟି ଦେବାକୁ କରିଥିଲେ।

ଟଂକା ନଦେଲେ ଦୋକାନ ସମ୍ମୁଖରେ ମାଓ ପୋଷ୍ଟର ମରାଯିବା ସହିତ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ ବୋଲି ମଧ୍ୟ ଧମକ ଦେଇଥିଲେ। ସେଦିନ ଅନିଲ ନିକଟରେ ଟଂକା ନଥିବା କହି ଫେରାଇ ଦେଇଥିବା ବେଳେ ତା ପରଦିନ ପୁଣି ଥରେ ଫୋନ କରି ଟଂକା ମାଗିଥିଲେ ଦୁଇ ଅଭିଯୁକ୍ତ , ଶେଷରେ କୌଣସି ଉପାୟ ନ ପାଇ ଅନିଲ କୁନ୍ଦେଇ ପୋଲିସର ଆଶ୍ରୟ ନେଇଥିଲେ 

ପରେ ପୁଲିସ ତଦନ୍ତ କରି ରାମଲାଲ ହରିଜନ ଓ ପିଲାରାମ ହରିଜନଙ୍କୁ ଗିରଫ କରିଛି।  ଓଡ଼ିଶା ସୀମାନ୍ତରେ ରହିଥିବା କୁନ୍ଦେଇ ଓ ଖୁଡ଼ୁକୁ ପଞ୍ଚାୟତରେ ମାଓବାଦୀ ଚଳପ୍ରଚଳ କରୁଥିବାରୁ ଏହାର ଫାଇଦା ଉଠାଇ କିଛି ଯୁବକ ଲୋକଙ୍କୁ ଡରାଇବା ସହ ଧମକ ଚମକ ଦେଉଥିବା ଅଭିଯୋଗ ହୋଇ ଆସୁଅଛି କ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe