ନବରଙ୍ଗପୁରରେ ସରୁନି ଚେଙ୍କ କାହାଣୀ : ନିମୋନିଆରେ ଆକ୍ରାନ୍ତ ନାବାଳିକାଙ୍କୁ ପେଟସାରା ଚେଙ୍କ

ନବରଙ୍ଗପୁର -  ୬ ବର୍ଷ ର ଶିଶୁ କନ୍ୟା କୁ ଚେଙ୍କ । ରାଇଘର ନକାଟି ସିମିଡ ଗ୍ରାମର ରାମଲୁ ଗଣ୍ଡଙ୍କ ଝିଅ କମଲେଶ୍ୱରୀ ଗଣ୍ଡଙ୍କୁ ଚେଙ୍କ । ଥଣ୍ଡା କାଶ ଜ୍ୱର ହୋଇ ନିମୋନିଆ ଆକ୍ରାନ୍ତ ହୋଇଥିବା ବେଳେ ପରିବାର ତରଫରୁ ଚେଙ୍କ ଦିଆଯାଇଛି

515

Photograph: (KanakNews )

କନକବ୍ୟୁରୋ : ନବରଙ୍ଗପୁର -  ୬ ବର୍ଷ ର ଶିଶୁ କନ୍ୟା କୁ ଚେଙ୍କ । ରାଇଘର ନକାଟି ସିମିଡ ଗ୍ରାମର ରାମଲୁ ଗଣ୍ଡଙ୍କ ଝିଅ କମଲେଶ୍ୱରୀ ଗଣ୍ଡଙ୍କୁ ଚେଙ୍କ । ଥଣ୍ଡା କାଶ ଜ୍ୱର ହୋଇ ନିମୋନିଆ ଆକ୍ରାନ୍ତ ହୋଇଥିବା ବେଳେ ପରିବାର ତରଫରୁ ଚେଙ୍କ ଦିଆଯାଇଛି । ୧୫ ଦିନ ତଳେ ଚେଙ୍କ ଦିଆହୋଇଛି । କିଏ ଚେଙ୍କ ଦେଇଛି ମୁହଁ ଖୋଲିବା କୁ ନାରାଜ ପରିବାର ଲୋକେ ।ଦେହ ଭଲ ନହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଶିଶୁକନ୍ୟାର ଥଣ୍ଡା କାଶ ଜ୍ୱର ସହ ପେଟ ବଥା ହୋଇଥିବା ହୋଇଥିବା ବେଳେ ପରିବାର ତରଫରୁ ସ୍ଥାନୀୟ ମେଡ଼ିକାଲ ସହ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର କୋଣ୍ଡାଗାଁକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନ ଘଟିବାରୁ ଚେଙ୍କ ଦିଆଯାଇଛି । ୧୫ ଦିନ ତଳେ ଚେଙ୍କ ଦିଆଯାଇଥିବା ଜଣାପଡିଛି। କିଏ ଚେଙ୍କ ଦେଇଛି ମୁହଁ ଖୋଲିବାକୁ ନାରାଜ ପରିବାର ଲୋକେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  

ଏ ନେଇ  ଜିଲ୍ଲା ଚିକିତ୍ସାଧିକାରୀ ଡା.ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଛତିଶଗଡ଼ ସୀମାନ୍ତ ଚନ୍ଦାହାଣ୍ଡି ଓ ରାଇଘର ଅଞ୍ଚଳରୁ ୨ଟି ଚେଙ୍କ ମାମଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିଛି। ଆଜି ଯେଉଁ ନାବାଳିକାକୁ ଚେଙ୍କ ଦିଆଯାଇଛି ଉକ୍ତ ଶିଶୁକନ୍ୟାର ପେଟ ବ୍ୟଥା ହେଉଥିବା ବେଳେ ପରିବାର ଲୋକେ ସୀମାନ୍ତ କୋଣ୍ଡାଗାଁ ଓ ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ ତଥାପି ପେଟ ବ୍ୟଥା ନକମିବାରୁ ଚେଙ୍କ ଚିକିତ୍ସାର ଆଶ୍ରୟ ନେଇଛନ୍ତି। ଉକ୍ତ ଶିଶୁକନ୍ୟାର ଅବସ୍ଥା ଶଙ୍କଟାପନ୍ନ ରହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe