କନକ ବ୍ୟୁରୋ : ନୂଆ ଖାଇଲେ ରାଜପରିବାର । ସୁନ୍ଦରଗଡ଼ରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ଏକାଠି ବସି ଖାଇଲେ ରାଜ ପରିବାର । ପାଟଣାଗଡ଼ରେ ବି ରାଜପରିବାର ଖାଇଲେ ନବାନ୍ନ । ନୂଆଁଖାଇ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଚଳଚଞ୍ଚଳ । ଜିଲ୍ଲାବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପାଖରେ ପାହୁର୍ ଭୋଗଲାଗି ହୋଇଛି । ପରେ ସମଗ୍ର ସୁବର୍ଣ୍ଣପୁର ଗଡଜାତ ଅଞ୍ଚଳର ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ସମର୍ପଣ କରି ନବାନ୍ନ ଭକ୍ଷଣ କରିଛନ୍ତି । ରାଜ ରାଜୁଡା ଅମଳରୁ ପ୍ରତିବର୍ଷ ପଶ୍ଚିମ ଓଡିଶାର ପାରମ୍ପାରିକ ବାଜା ଢୋଲ, ନିଶାନ, ତାସା ବାନା ବୈରଖ ଧରୀ ପାହୁର ଶୋଭାଯାତ୍ରା କରାଯାଇଛି ।
ସୁନ୍ଦରଗଡ଼ରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ସୁନ୍ଦରଗଡ଼ ରାଜା ଓ ରାଜ ପରିବାର ଉପସ୍ଥିତ ରହି ମା’ଙ୍କ ପାଖରେ ନବାନ୍ନ ଲାଗି କରିଛନ୍ତି । ନବାନ୍ନ ଖାଇଲେ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବାନ୍ନ ଖାଇଛନ୍ତି । ସମ୍ବଲପୁର ସଦର ବ୍ଲକର ସିନ୍ଦୂରପଙ୍କ ଗାଁରେ ଖାଇଛନ୍ତି ନବାନ୍ନ । ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ପ୍ରଧାନ ମଧ୍ୟ ନବାନ୍ନ ଖାଇଛନ୍ତି ।
ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ଗଡ଼ଜାତ ଅଞ୍ଚଳକୁ ଛାଡି ଅନ୍ୟସବୁ ଅଞ୍ଚଳରେ ନୂଆଖାଇ ମହା ସମାରୋହରେ ପାଳିତ ହେଉଛି । କଳାହାଣ୍ଡିରେ ବିଶେଷ କରି ୪ଟି ପର୍ଯ୍ୟାରେ ନୂଆଖାଇ ହୋଇଥାଏ । ପ୍ରଥମେ ଅମାବାସ୍ୟା ପ୍ରତିପଦା ଦିନ ପଥରଲା ଗ୍ରାମରେ, ପଞ୍ଚମୀରେ ଗଡଜାତକୁ ଛାଡି ଅନ୍ୟ ଅଞ୍ଚଳ ଏବଂ ମା' ମାଣିକେଶ୍ୱରୀଙ୍କ ହିସାବରେ ଦଶମୀ ତିଥିରେ ବାକି ଗଡଜାତ ଅଞ୍ଚଳବାସୀ ନୂଆ ଖାଇଥାନ୍ତି । ଆଜି ସକାଳୁ ଲୋକେ ନିଜ ନିଜ ସ୍ଥାନୀୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ନୂଆ ଖାଉଛନ୍ତି । କେଉଁଠି ବଳି ଦିଆ ହେଉଛି ତ ଆଉ କେଉଁଠି ଚୁଡ଼ା, ପିଠା, ଖିରି କରି ପୂଜାର୍ଚ୍ଚନା କରାଯାଇଛି ।