ମା’ ସମଲେଶ୍ବରୀଙ୍କ ପାଖରେ ଲାଗିହେଲା ନବାନ୍ନ ; ମା’ଙ୍କ ପାଖରେ ସ୍ବତନ୍ତ୍ର ନୀତିକାନ୍ତି ପରେ ଦର୍ଶନ କରିବେ ଭକ୍ତ

ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ସମ୍ବଲପୁର ଓ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନୂଆ ଭୋଗ ଲାଗି ପରେ ଚାଲିଛି ଦର୍ଶନ । ସେପଟେ ଘରେ ଘରେ ନୂଆଁ ଖାଇବେ ପରିବାର ।

35

କନକ ବ୍ୟୁରୋ: ମା’ ସମଲେଶ୍ବରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ଦିନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି ।  ଏହା ପରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲି ଦିଆଯିବ । ଅନ୍ୟ ନୀତିକାନ୍ତି ପରେ ଆଜି ଦିନ ୧୨ଟାରୁ ଭକ୍ତଙ୍କ ଦର୍ଶନ ପାଇଁ  ମା’ଙ୍କ ମନ୍ଦିର ଦ୍ବାର ଖୋଲାଯିବ ।


ବରଗଡ଼ର ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ବରଗଡ଼ରେ ଏହା ହେଉଛି ସ୍ୱତନ୍ତ୍ର । ସକାଳ ୧୦ଟା ୨୩ରୁ ୧୦ ଟା ୩୭ ମଧ୍ୟରେ ସର୍ବସାଧାରଣ ନବାନ୍ନ ଖାଇବା ନେଇ ସ୍ଥିର ହୋଇଥିଲା ସମୟ । ଏହି ସମୟ ମଧ୍ୟରେ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି କରାଯାଇ ଖାଇବା ପାଇଁ ପଣ୍ଡିତ ମହାସଭା ଦ୍ଵାରା ପୂର୍ବରୁ ଲଗ୍ନ ଅନୁଯାୟୀ ସମୟ ସ୍ଥିର କରାଯାଇଥିଲା । ତେବେ ନୂଆଁଖାଇକୁ ନେଇ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe