କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏହା ଭିତରେ ୨ ବର୍ଷ ପୁରିଛି । ଆଜି ତାଙ୍କର ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ କରିଛନ୍ତି ପରିବାରବର୍ଗ, ସମ୍ପର୍କୀୟ ଓ ସମର୍ଥକ । କିନ୍ତୁ ବିଡମ୍ବନାର ବିଷୟ ହତ୍ୟାର ଦୁଇ ବର୍ଷ ପରେ ବି ତାଙ୍କୁ ନ୍ୟାୟ ମିଳିନି। କାହିଁକି ହତ୍ୟା କରାଗଲା ତାହା ରହସ୍ୟରେ ରହିଛି।
ନବ ଦାସଙ୍କ ହତ୍ୟାକାଣ୍ଡକୁ ୨ ବର୍ଷ ପୁରିଥିବାବେଳେ ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି ପରିବାରବର୍ଗ ଓ ସମ୍ପର୍କୀୟ । କିନ୍ତୁ ବିଡମ୍ବନାର ବିଷୟ ଦୁଇବର୍ଷ ପରେ ବି ହତ୍ୟା ପଛର ରହସ୍ୟ ଉପରୁ ପରଦା ହଟିନି । କ୍ରାଇମବ୍ରାଂଚ ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି । ସିବିଆଇ ତଦନ୍ତ ପାଇଁ ଦାବି ବଢ଼ିବାରେ ଲାଗିଛି । ଏସବୁ ଭିତରେ ପ୍ରଥମ ଥର ପାଇଁ ସାମନାକୁ ଆସିଛନ୍ତି ନବ ଦାସଙ୍କ ପତ୍ନୀ । ଝିଅ ଦିପାଳୀଙ୍କ କଥାକୁ ସମର୍ଥନ କରି ସ୍ବାମୀଙ୍କୁ ନ୍ୟାୟ ଦେବା ପାଇଁ ସିବିବିଆଇ ତଦନ୍ତ ଦାବି କରିଛନ୍ତି। ଏବଂ ଦୀପାଳୀ କହିଛନ୍ତି ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବେ।
କେବଳ ପରିବାର ନୁହେଁ, ପ୍ରମୁଖ ରାଜନୈତିକ ଦଳର ନେତା ମାନେ ସିବିଆଇ ତଦନ୍ତ ଦାବି କରି ଆସୁଛନ୍ତି। ନବଙ୍କ ହତ୍ୟା ପଛରେ ବଡ ଷଡଯନ୍ତ୍ର ରହିଛି ବୋଲି ଅଭିଯୋଗ କରି ସତ ସାମନାକୁ ଆଣିବା ପାଇଁ ସ୍ବର ଉଠାଉଛନ୍ତି। କେଉଁମାନେ ଷଡଯନ୍ତ୍ରକାରୀ ତାର ପର୍ଦାଫାଶ କରିବାକୁ ଦାବି କରୁଛନ୍ତି। ଏସବୁ ଭିତରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଜୋର ଧରିଛି ଦୋଷ ଲଦାଲଦି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/29/emwvjbBjdP3g7t3pOEWA.jpg)