କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ର ତଦନ୍ତ । ଆଜି ଦ୍ବିତୀୟ ଦିନରେ ବ୍ରହ୍ମପୁରରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ପହଞ୍ଚିଛି । ଗୋପାଳ ଦାସ ଗୁଳିମାଡ଼ କରିବା ପୂର୍ବରୁ ଯେଉଁମାନଙ୍କ ସହ ଫୋନ ଯୋଗେ କଥା ହୋଇଥିଲା, ସେମାନଙ୍କୁ ପଚରାଉଚରା କରାଯିବ । ବ୍ରହ୍ମପୁରର କିଛି ଲୋକଙ୍କ ସହ ଗୋପାଳ କଥା ହୋଇଥିବା ନେଇ ତଦନ୍ତରେ ଜଣାପଡିଥିଲା । ଯେଉଁ ମାନଙ୍କ ସହ ଗୋପାଳ କଥା ହୋଇଥିଲା, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଗତ ୨୩ ତାରିଖରୁ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ବ୍ରହ୍ମପୁର ଆସି ପଚରାଉଚରା ଚଳାଇଛି ।
ନବ ଦାସ ହତ୍ୟା ମାମଲା : ଦ୍ୱିତୀୟ ଦିନରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍, ଚଳାଇଛି ଗୋପାଳର କଲ ହିଷ୍ଟ୍ରି ଯାଞ୍ଚ
କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ପହଞ୍ଚିଛି । ଗୋପାଳ ଦାସ ଗୁଳିମାଡ଼ କରିବା ପୂର୍ବରୁ ଯେଉଁମାନଙ୍କ ସହ ଫୋନ ଯୋଗେ କଥା ହୋଇଥିଲା, ସେମାନଙ୍କୁ ପଚରାଉଚରା କରାଯିବ ।
/kanak/media/media_files/2025/04/25/SbqwyMGarxJEyoM4IIbP.jpg)