କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ନବ ଦାସ ହତ୍ୟା ତାତି । କିଛି ଦିନର ବିରତି ପରେ ନ୍ୟାୟ ଦାବିରେ ଆଗକୁ ଆସିଛନ୍ତି ନବ ଦାସଙ୍କ ପରିବାର । ଏହି କ୍ରମରେ ଆଜି ନବ ଦାସଙ୍କ ଝିଅ ଦୀପାଳି, ପୁଅ ବିଶାଳ ଓ ପତ୍ନୀ ମିନତି ଲୋକସେବା ଭବନରେ ପହଂଚି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି । ଏନେଇ ପୁରା ପରିବାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ନବ ଦାସ ହତ୍ୟାକାଣ୍ଡ ବେଳେ ରାଜ୍ୟରେ ବିଜେଡିର ସରକାର ଥିଲା । ନବ ଦାସ ବି ବିଜେଡିର ବିଧାୟକ ସହ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି ଗଣତି ହେଉଥିଲେ । ହେଲେ ତାଙ୍କୁ ହତ୍ୟା କରାଯିବା ପରେ ନବ ଦାସଙ୍କ ପରିବାର ବିଜେଡି ସରକାର ଉପରେ ଭରସା କରି ବିଶେଷ ଆଗକୁ ଆସୁନଥିଲେ । ହେଲେ ବିଜେଡି ସରକାର କ୍ଷମତାରୁ ଯିବା ପରେ ଏବେ କ୍ରାଇମ ବ୍ରାଞ୍ଚ ତଦନ୍ତକୁ ଭରସା କରିପାରିନାହିଁ ପରିବାର । ଏହି କ୍ରମରେ ସେମାନେ କିଛି ମାସ ହେବ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବଙ୍କ ପରିବାର କ'ଣ ଅଲୋଚନା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର