ନବ ଦାସ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚର ହାଜର ହୋଇ ପାରନ୍ତି ଦୀପାଳି ଓ ବିଶାଲ ଦାସ ।

Advertisment

ଆଜି କ୍ରାଇମବ୍ରାଞ୍ଚର ହାଜର ହୋଇ ପାରନ୍ତି ଦୀପାଳି ଓ ବିଶାଲ ଦାସ । ମାର୍ଚ୍ଚ ପ୍ରଥମ ସପ୍ତାହରେ ଯେକୌଣସି ଗୋଟିଏ ଦିନ ବ୍ୟକ୍ତିଗତ ହାଜର ପାଇଁ ହୋଇଛି ନୋଟିସ୍ ।

ଆଜି କ୍ରାଇମବ୍ରାଞ୍ଚର ହାଜର ହୋଇ ପାରନ୍ତି ଦୀପାଳି ଓ ବିଶାଲ ଦାସ । ମାର୍ଚ୍ଚ ପ୍ରଥମ ସପ୍ତାହରେ ଯେକୌଣସି ଗୋଟିଏ ଦିନ ବ୍ୟକ୍ତିଗତ ହାଜର ପାଇଁ ହୋଇଛି ନୋଟିସ୍ ।

ହାଜର ହେବେ ଦୀପାଳି-ବିଶାଳ

ହାଜର ହେବେ ଦୀପାଳି-ବିଶାଳ Photograph: (kanaknews)

କନକ ବ୍ୟୁରୋ:  ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା କରିବ କ୍ରାଇମ୍‌ବ୍ରାଞ୍ଚ। ଆଜି କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇପାରନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ। ଦୁଇ ଜଣଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ପାଇଁ ନୋଟସ୍‌ କରାଯାଇଛି । ତେଣୁ ଆଜି ସେମାନେ ହାଜର ହେବେ ବୋଲି ସୂଚନା ମିଳିଛି।
କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଛି ।

 ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି। ଏହାରି ଭିତରେ କ୍ରାଇମ୍‌ବ୍ରାଞ୍ଚ ନୋଟିସ୍‌ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। କ୍ରାଇମ୍‌ବ୍ରାଞ୍ଚର ଏହି ନୋଟିସ୍‌ ପରେ ଏବେ ସବୁ ମହଲରେ ଚର୍ଚ୍ଚା ଯେ କ୍ରାଇମ୍‌ବ୍ରାଞ୍ଚକୁ କ’ଣ କହିବେ ଦୀପାଳି ଓ ବିଶାଳ? ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe