କନକ ବ୍ୟୁରୋ : ଗଜପତିଙ୍କ ଚେତାବନୀ ପରେ ଚେତିଲା ଇସ୍କନ । ରଥଯାତ୍ରା କରି ଚଳାଇଥିବା ପ୍ରସ୍ତୁତିର କଲା ପରିବର୍ତ୍ତନ । ଗଜପତିଙ୍କ ଚେତାବନୀ ଓ ଚାରିଆଡୁ ବିରୋଧ ପରେ ନୂଆ ଡ୍ରାମା ଆରମ୍ଭ କରିଛି ଇସ୍କନ । ଏବେ ମହାପ୍ରଭୁଙ୍କ ରଥଯାତ୍ରା ପରିବର୍ତ୍ତେ ଶ୍ରୀଶ୍ରୀ ନିତାଇ ଗୌର ଓ ଶ୍ରୀଶ୍ରୀ କୃଷ୍ଣବଳରାମଙ୍କୁ ରଥରେ ବସାଇ ପରିକ୍ରମା କରିବାକୁ ଯୋଜନା କରିଛି । ଏନେଇ ଇସ୍କନ ତରଫରୁ ସୂଚନା ଦିଆଯାଇଛି ।