ଆଇଟି ପ୍ରିମିୟର୍‌ ଲିଗ୍‌ ଉଦ୍‌ଯାପିତ

Advertisment

ଭୁବନେଶ୍ୱର କେଶୁରା ପିଜେ କଲେଜ୍‌ ଗ୍ରାଉଣ୍ଡରେ ଆୟୋଜିତ ଆଇଟି ପ୍ରିମିୟର୍‌ ଲିଗ୍-୨୦୨୬ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚ୍‌ରେ ଏନ୍‌ କମ୍ପ୍ୟୁଟିଙ୍ଗ୍‌ ଦଳ ୩୨ ରନ୍‌ରେ ଷ୍ଟାର୍‌ ଲାଇଟ୍‌ ଦଳକୁ ପରାସ୍ତ କରି ବିଜେତା ହୋଇଛି । 

ଭୁବନେଶ୍ୱର କେଶୁରା ପିଜେ କଲେଜ୍‌ ଗ୍ରାଉଣ୍ଡରେ ଆୟୋଜିତ ଆଇଟି ପ୍ରିମିୟର୍‌ ଲିଗ୍-୨୦୨୬ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚ୍‌ରେ ଏନ୍‌ କମ୍ପ୍ୟୁଟିଙ୍ଗ୍‌ ଦଳ ୩୨ ରନ୍‌ରେ ଷ୍ଟାର୍‌ ଲାଇଟ୍‌ ଦଳକୁ ପରାସ୍ତ କରି ବିଜେତା ହୋଇଛି । 

IT Premere League

କନକ ବ୍ୟୁରୋ: ଆଇଟି ଆସୋସିଏସନ ଅଫ୍ ଓଡ଼ିଶା (ଆଇଟିଏଓ) ପକ୍ଷରୁ ଭୁବନେଶ୍ୱର କେଶୁରା ପିଜେ କଲେଜ୍‌ ଗ୍ରାଉଣ୍ଡରେ ଆୟୋଜିତ ଆଇଟି ପ୍ରିମିୟର୍‌ ଲିଗ୍-୨୦୨୬ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚ୍‌ରେ ଏନ୍‌ କମ୍ପ୍ୟୁଟିଙ୍ଗ୍‌ ଦଳ ୩୨ ରନ୍‌ରେ ଷ୍ଟାର୍‌ ଲାଇଟ୍‌ ଦଳକୁ ପରାସ୍ତ କରି ବିଜେତା ହୋଇଛି । ଏନ୍‌ କୁମ୍ପ୍ୟୁଟିଙ୍ଗ୍‌ ଦଳର ୧୩୯ ରନ୍‌ ଜବାବରେ ଷ୍ଟାର୍‌ ଲାଇଟ୍‌ ମାତ୍ର ୧୦୭ ରନ୍‌ କରିଥିଲା ।

ଏହା ବି ପଢ଼ନ୍ତୁ: ନିଜ ରେକର୍ଡକୁ ଆଗକୁ ନେଲେ ରଂଜିତା

ଆଇଟିଏଓ ସଭାପତି ଅବିନାଶ ପଟ୍ଟନାୟକ, ସମ୍ପାଦକ ଦେବାଶିଷ ତ୍ରିପାଠୀଙ୍କ ପ୍ରୋତ୍ସାହନରେ ଆୟୋଜିତ ଏହି ପ୍ରତିଯୋଗିତା ୧୬ ବର୍ଷ ଅତିକ୍ରମ କରିଛି। ଆଗକୁ ଅଧିକ ଦଳ ଯୋଡ଼ିବା, ଗ୍ରାମାଞ୍ଚଳ ଓ କଲେଜସ୍ତରର ପ୍ରତିଭାଙ୍କୁ ଚିହ୍ନଟ କରି ପ୍ରୋତ୍ସାହିତ କରାଯିବ ବୋଲି ଉଭୟ ଘୋଷଣା କରିଛନ୍ତି । ଉପଦେଷ୍ଠା ପ୍ରଶାନ୍ତ ସ୍ୱାଇଁ, ପ୍ରଶାନ୍ତ ମହାନ୍ତି, ଅଙ୍ଗଦ ସାସମଲ, ଶିବ ପ୍ରସାଦ ସାହୁ, ରାଜେଶ ନନ୍ଦ,ଅରୁଣ ଦେ, ଉପସଭାପତି ରଂଜିତ ପଣ୍ଡା, ସହସମ୍ପାଦକ ଭବାନୀ ଶଙ୍କର ଦେବତା, କୋଷାଧ୍ୟକ୍ଷ ରାଧାକାନ୍ତ ଭଟ୍ଟରାୟ, ସହକୋଷାଧ୍ୟକ୍ଷ ଶଶୀକାନ୍ତ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ। ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ମୋଟ ୯ ଦଳ ଅଂଶଗ୍ରହଣ କରିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe