କନକବ୍ୟୁରୋ: ଥମିବାର ନାଁ ନେଉନି ଭୁବନେଶ୍ୱର ବିଜେଡି କନ୍ଦଳ । ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ  ।  ଅଶୋକ ପଣ୍ଡାଙ୍କ ସମର୍ଥକ ଓ ଅମରେଶ ଜେନାଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି  ।  ରବିବାର ଶଙ୍ଖ ଭବନ ହଙ୍ଗାମାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏବେ ଥାନାରେ ପହଁଚିଛି । ହଙ୍ଗାମା ପାଇଁ ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ସମର୍ଥକ ରାଜେଶ ପାତ୍ରଙ୍କୁ ଦାୟୀ କରିଥିଲେ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁକାର । ଆଉ ଏବେ ଉଭୟ କର୍ପୋରେଟରଙ୍କ ନାଁରେ ରାଜେଶ ଏଫଆଇଆର ଦେବା ସହ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Advertisment

ସାମ୍ବାଦିକ ସମ୍ମିଳନୀ କରି ନିଜକୁ କ୍ଲିନଚିଟ ଦେଇଛନ୍ତି ଏକାମ୍ର ନିର୍ବାଚନ ମଣ୍ଡଳୀର ସଭାପତି ରାଜେଜ କୁମାର ପାତ୍ର । ସେ କହିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର ହେଉଛି । ବାୟା ଜେନା ନାଁରେ ଏତଲା ପରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାରେ ଏତଲା ହୋଇଛି  । କ୍ୟାପିଟାଲ ଥାନା ରେ ଏତଲା ଦେଇଛନ୍ତି ବିଜୁ ଛାତ୍ର ଦଳ ନେତା ବିବେକ ସ୍ୱାଇଁ । ବିବେକ ବିଜେଡି କର୍ପୋରେଟର ବାୟା ଜେନା ଙ୍କ ସମର୍ଥନ ହୋଇଥିବା ସୂଚନା ରହିଛି  । ନିର୍ବାଚନ ରେ ପରାଜୟ ଯୋଗୁଁ ଅଶୋକ ନିଜ ସମର୍ଥନ ଙ୍କ ସହ ଆସି ଗାଡି ଚଢେଇ ମାରିଦେବା କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବିବେକ  ।

ପୂର୍ବରୁ ବିଜେଡି ନେତା ରାଜେଶ ପାତ୍ର  କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାର ଙ୍କ ନା ରେ ଥାନା ରେ ଏତଲା ଦେଇଥିଲେ  । ଏହା ପରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ଙ୍କ ଉପରେ ବର୍ଷିଥିଲେ ରାଜେଶ  । ଶଂଖଭବନରେ ବିଶୃଙ୍ଖଳାକୁ ନେଇ ମୁହଁ ଖୋଲିଥିଲେ ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଂଚି ନାରାୟଣ ମହାସୁପକାର । ଏକାମ୍ର ଭୁବନେଶ୍ବରର ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଓ ତାଂକ ସମର୍ଥନ ରାଜେଶ ପାତ୍ରଙ୍କ ଯୋଗୁଁ ଏହି ଅସନ୍ତୋଷ ଦେଖାଦେଇଥିଲା ବୋଲି ସେମାନେ  କହିଛନ୍ତି ।