କନକ ବ୍ୟୁରୋ: ରହସ୍ୟମୟ ପରିସ୍ଥିତିରେ ପଞ୍ଜାର ଆପ୍ ବିଧାୟକ ଗୁରପ୍ରୀତ ବସ୍ସି ଗୋଗିଙ୍କ ମୃତ୍ୟୁ । ଶୁକ୍ରବାର ରାତିରେ ତାଙ୍କ ମୁଣ୍ଡରେ ଗୁଳିମାଡ଼ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । 

Advertisment

ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକଙ୍କ ଦ୍ବାରା ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୂଚନା ଦେଇଛନ୍ତି ଡିସିପି ଜଶକରନ ସିଂହ । କେଉଁ ପରିସ୍ଥିତିରେ ଓ କିପରି ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ଲାଗିରହିଛି । ନିଜର ଦିନସାରାର କାର୍ୟ୍ୟକ୍ରମ ସାରିବା ପରେ ରାତିରେ ଘୁମର ମଣ୍ଡି ଅଞ୍ଚଳରେ ଥିବା ତାଙ୍କ ଘରକୁ ଫେରିଥିଲେ । ମିଳିଥିବା ସୂଚନା ଅନୁସାରେ,  ଗୁଳି ଶବ୍ଦ ଶୁଣିବା ପରେ ତାଙ୍କ ପତ୍ନୀ ସୁଖଚୈନ କୌର ଗୋଗି ଧାଇଁ ଯାଇ ଦେଖିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରପ୍ରୀତ ସିଂହ ଟଳିପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା। 

ସୂଚନା ଅନୁସାରେ,  ନିଜ ବନ୍ଧୁକ ସଫା କରିବା ବେଳେ ଦୁର୍ଘଟଣାବସତଃ ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି । ୫୮ବର୍ଷୀୟ ଗୁରପ୍ରୀତ ବସ୍ସି ଗୋଗି ଲୁଧିଆନା ପଶ୍ଚିମରୁ ବିଧାୟକ ଥିଲେ ।