ଅଧ୍ୟାପିକା ପ୍ରିୟଙ୍କା ଦାଶ ହତ୍ୟାକୁ ନେଇ ବଢୁଛି ରହସ୍ୟ ; ମୋବାଇଲ୍ ଖୋଲିବ ସତ

Advertisment

ଆଜି ମହିଳା ଅଧ୍ୟାପିକାଙ୍କର ପୁରୁଷ ବନ୍ଧୁ ତଥା ଅଭିଯୁକ୍ତ ରୁଦ୍ରନାରାୟଣ ମିଶ୍ରଙ୍କ ଘରେ ଯାଞ୍ଚ କରିଛି ଫୋରେନସିକ୍ ଟିମ୍ । ଆଜି ଟାଉନ୍ ଥାନା ପୁଲିସ ସହ, ଏକ ୫ଜଣିଆ ଫୋରେନସିକ୍ ଟିମ୍ ସେଠାରେ ପହଞ୍ଚି ଛାନଭିନ୍ କରିଛି ।

ଆଜି ମହିଳା ଅଧ୍ୟାପିକାଙ୍କର ପୁରୁଷ ବନ୍ଧୁ ତଥା ଅଭିଯୁକ୍ତ ରୁଦ୍ରନାରାୟଣ ମିଶ୍ରଙ୍କ ଘରେ ଯାଞ୍ଚ କରିଛି ଫୋରେନସିକ୍ ଟିମ୍ । ଆଜି ଟାଉନ୍ ଥାନା ପୁଲିସ ସହ, ଏକ ୫ଜଣିଆ ଫୋରେନସିକ୍ ଟିମ୍ ସେଠାରେ ପହଞ୍ଚି ଛାନଭିନ୍ କରିଛି ।

Crime

Crime Photograph: (kanak news)

କନକ ବ୍ୟୁରୋ : କେନ୍ଦୁଝରର ଅଧ୍ୟାପିକା ପ୍ରିୟଙ୍କା ଦାଶ ହତ୍ୟା ମାମଲାରେ ପୁରୁଷ ବନ୍ଧୁ ତଥା ଅଭିଯୁକ୍ତ ରୁଦ୍ରନାରାୟଣ ମିଶ୍ରଙ୍କ କେନ୍ଦୁଝର ମାଇନିଂ ରୋଡ ସ୍ଥିତ ଘରେ ଯାଞ୍ଚ କରିଛି ଫୋରେନସିକ୍ ଟିମ୍ । ଘଟଣାର ତଦନ୍ତ କରୁଛି ଟାଉନ୍ ଥାନା ପୁଲିସ । ଆଜି ମହିଳା ଅଧ୍ୟାପିକାଙ୍କର ପୁରୁଷ ବନ୍ଧୁ ତଥା ଅଭିଯୁକ୍ତ ରୁଦ୍ରନାରାୟଣ ମିଶ୍ରଙ୍କ ଘରେ ଯାଞ୍ଚ କରିଛି ଫୋରେନସିକ୍ ଟିମ୍ । ଆଜି ଟାଉନ୍ ଥାନା ପୁଲିସ ସହ, ଏକ ୫ଜଣିଆ ଫୋରେନସିକ୍ ଟିମ୍ ସେଠାରେ ପହଞ୍ଚି ଛାନଭିନ୍ କରିଛି । ଏହାପରେ ସେଠାରୁ ମୃତ ଅଧ୍ୟାପିକାଙ୍କର ପିନ୍ଧା ଡ୍ରେସ, ତାଙ୍କର ଭଙ୍ଗା ମୋବାଇଲ୍ ଫୋନ୍, ଆଧାରକାର୍ଡ଼, ବ୍ୟାଙ୍କ ଖାତା, ଏଟିଏମ କାର୍ଡ ଆଦି ଜବତ କରାଯାଇଛି । 

କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକା ପ୍ରିୟଙ୍କା ଦାଶ, ନିଜ ପୁରୁଷ ବନ୍ଧୁ ରୁଦ୍ରନାରାୟଣ ମିଶ୍ରଙ୍କ ମାଇନିଂ ରୋଡ଼ ସ୍ଥିତ ଘରେ ରହୁଥିଲେ । ଗତ ୧୭ ତାରିଖ ଦିନ ସେଠାରୁ ପ୍ରିୟଙ୍କାଙ୍କ ଶବ ମିଳିଥିଲା । ପ୍ରିୟଙ୍କାଙ୍କୁ ରୁଦ୍ରନାରାୟଣ ମିଶ୍ର ହତ୍ୟା କରିଥିବା ଅଭିଯୋଗ କରିଥିଲେ ପ୍ରିୟଙ୍କାଙ୍କ ପରିବାର । ଅଭିଯୋଗ ପରେ ଗତକାଲି ରୁଦ୍ରନାରାୟଣ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୁଲିସ । ଆଜି ଏହି ମାମଲାରେ ପୁଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି ସଦର ଏସଡିପିଓ । ବାଲେଶ୍ଵର ଜିଲ୍ଲା ବାହାନଗା ପଞ୍ଚାୟତ ତାଳପଦା ଗାଁର ପ୍ରିୟଙ୍କା ଦାଶ, ଗତ ୨ବର୍ଷ ଧରି ଗୃହ ବିଜ୍ଞାନରେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧାପିକା ଭାବେ କାର୍ଯ୍ୟରତ ଥିଲେ । 

ଅଧିକ ପଢ଼ନ୍ତୁ--ବିଷ ପାଲଟିଲାଣି ରାଜଧାନୀର ବାୟୁ, ଖଣ୍ଡଗିରିରେ ବାୟୁ ଗୁଣବତ୍ତା ସୂଚକାଙ୍କ ମାନ ୩୬୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe