କନକ ବ୍ୟୁରୋ : ନୟାଗଡ଼ରେ ଚାଞ୍ଚଲ୍ୟ , ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ପୁଲିସ ପୁଅକୁ ପଚରାଉଚରା କରୁଛି । ପଞ୍ଚରିଡା ରେଞ୍ଜ ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହକୁ ଟାଉନ୍‌ ଥାନା ପୁଲିସ ଜବତ କରିଛି । ବାରମାସୀ ଦଣ୍ଡା ସ୍ଥିତ ଶିଶିରଙ୍କ ଘରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି । ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ କେହି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ । 

Advertisment

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଶିଶିର ତାଙ୍କ ସ୍ତ୍ରୀ ଓ ପୁଅ ଘରେ ଥିବାବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ନିଆଁରେ ଶିଶିର ପୋଡ଼ି ଯାଇଥିଲେ । ତେବେ ଘଟଣାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି ଫରେଷ୍ଟରଙ୍କ ବଡ଼ ଭାଇ ।