କେମିତି ୪ ମହଲା ଛାତରୁ ପଡ଼ିଗଲେ ମହିଳା ? ଛାତରୁ ଠେଲି କରାଯାଇଛି କି ହତ୍ୟା ?

Advertisment

ତାରିଣୀଗଡ଼ା ଅଞ୍ଚଳର ଏହି ଘରେ ୭ରୁ ୮ ଦିନ ହେବ ଭଡ଼ାରେ ରହୁଥିବା ୬ ଜଣଙ୍କୁ ପୋଲିସ ପଚରାଉଚରା କରୁଛି । ବିଳମ୍ବିତ ରାତିରେ ଘର ଆଗରେ ମହିଳାଙ୍କ ସହ ଜଣେ ଯୁବକ କଥା ହେଉଥିବା ସିସିଟିଭିରେ ଦେଖିବାକୁ ପାଇଛି ପୋଲିସ ।

ତାରିଣୀଗଡ଼ା ଅଞ୍ଚଳର ଏହି ଘରେ ୭ରୁ ୮ ଦିନ ହେବ ଭଡ଼ାରେ ରହୁଥିବା ୬ ଜଣଙ୍କୁ ପୋଲିସ ପଚରାଉଚରା କରୁଛି । ବିଳମ୍ବିତ ରାତିରେ ଘର ଆଗରେ ମହିଳାଙ୍କ ସହ ଜଣେ ଯୁବକ କଥା ହେଉଥିବା ସିସିଟିଭିରେ ଦେଖିବାକୁ ପାଇଛି ପୋଲିସ ।

Woman’s Death

Woman’s Death Photograph: (Kanak News)

କନକ ବ୍ୟୁରୋ : ପାରାଦୀପ ତାରିଣୀଗଡ଼ାରେ ଅଜ୍ଞାତ ମହିଳାଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ଦୁଷ୍କର୍ମ ପରେ ହତ୍ୟା ସନ୍ଦେହରେ ତନାଘନା ଚଳାଇଛି ପୋଲିସ । ବିଭିନ୍ନ ଦିଗକୁ ନେଇ ଚାଲିଛି ତଦନ୍ତ । ମୃତ ମହିଳା ଜଣଙ୍କ କିଏ ? ସେ ସେଠାକୁ ଆସିଲେ କେମିତି ? ତଳେ ମୃତଦେହ ପଡ଼ିଥିବା ବେଳେ ଛାତ ଉପରେ ରହିଛି ମହିଳାଙ୍କ ଚପଲ । ଘର କାନ୍ଥରେ ଲାଗିଥିଲା ଅଧାଚିରା କପଡ଼ା । ଘର ଭିତରୁ ମଦ ବୋତଲ ଓ ଛାତ ଉପରୁ ମିଳିଛି ସିଗାରେଟ୍ । ସିଡ଼ି ଚଢ଼ି ମହିଳା ଜଣଙ୍କ ଛାତ ଉପରକୁ ଗଲେ କିପରି ? ଯାହାର ଖିଅ ଖୋଜିବାରେ ଲାଗିଛି ପୋଲିସ ।

ଅଧିକ ପଢ଼ନ୍ତୁ : ପ୍ରଦୂଷଣର କାଳିମାରେ ହଜିଯାଇଛି ପ୍ରକୃତିର ସବୁଜିମା; ପାଣି ପବନରେ ଚରିଯାଇଛି ବିଷ

ତାରିଣୀଗଡ଼ା ଅଞ୍ଚଳର ଏହି ଘରେ ୭ରୁ ୮ ଦିନ ହେବ ଭଡ଼ାରେ ରହୁଥିବା ୬ ଜଣଙ୍କୁ ପୋଲିସ ପଚରାଉଚରା କରୁଛି । ବିଳମ୍ବିତ ରାତିରେ ଘର ଆଗରେ ମହିଳାଙ୍କ ସହ ଜଣେ ଯୁବକ କଥା ହେଉଥିବା ସିସିଟିଭିରେ ଦେଖିବାକୁ ପାଇଛି ପୋଲିସ । ସିସିଟିଭି ହାର୍ଡ ଡିସ୍କ ଜବତ ହୋଇଥିବା ବେଳେ ଅନେକ କିଛି ସୁରାଗ ମିଳିବା ସମ୍ଭାବନା ରହିଛି ।

ମୃତ ମହିଳାଙ୍କୁ ଘରର ମାଲିକ ମଧ୍ୟ ଜାଣିନାହାନ୍ତି । ଘର ଆଖପାଖ ଅଞ୍ଚଳର ସିସିଟିଭିରୁ ମୃତ ମହିଳାଙ୍କ ପରିଚୟ ଖୋଜିବା ଆରମ୍ଭ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe