ଚାନ୍ଦବାଲିରେ କୁକୁଡା ଫାର୍ମ ମାଲିକଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ, ସନ୍ଦେହଘେରରେ ମୃତକ ବ୍ୟବସାୟୀଙ୍କ ସହଯୋଗୀ ଶୁଭ୍ରାଂସୁ ସ୍ୱାଇଁ

ଅଜୟ ଗିରିଙ୍କ ପରିବାରକୁ ଖବର ଦେବା ପରେ ସେମାନେ ମେଡିକାଲରେ  ପହଞ୍ଚିବା ପୂର୍ବରୁ ଅଜୟଙ୍କ ବିଜନେସ ପାର୍ଟନର ଶୁଭ୍ରାଂସୁ ସ୍ୱାଇଁ ଫେରାର ହୋଇଯାଇଛନ୍ତି । ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛନ୍ତି ମୃତକଙ୍କ ପରିବାର ଲୋକେ ।

13

କନକ ବ୍ୟୁରୋ :  ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କୁକୁଡ଼ା ଫାର୍ମ ମାଲିକଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ। ସନ୍ଦେହଘେରରେ ମୃତ ଅଜୟ ଗିରିଙ୍କ ବ୍ୟାବସାୟିକ ପାର୍ଟନର ଶୁଭ୍ରାଂସୁ ସ୍ବାଇଁ । ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଅଧିକ ତଦନ୍ତ କରୁଛି । ଫାର୍ମ ହାଉସର ୨ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ଅଜୟ ଗିରିଙ୍କ ପରିବାରକୁ ଖବର ଦେବା ପରେ ସେମାନେ ମେଡିକାଲରେ  ପହଞ୍ଚିବା ପୂର୍ବରୁ ଅଜୟଙ୍କ ବିଜନେସ ପାର୍ଟନର ଶୁଭ୍ରାଂସୁ ସ୍ୱାଇଁ ଫେରାର ହୋଇଯାଇଛନ୍ତି । ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛନ୍ତି ମୃତକଙ୍କ ପରିବାର ଲୋକେ ।

ଚାନ୍ଦବାଲି ଥାନା ଅଧୀନ ମାଧପୁର ପଞ୍ଚାୟତ ବଙ୍ଗାଳୀପଡାରେ ଏହି ସନ୍ଦେହଜନକ ହତ୍ୟାକାଣ୍ଡ ଘଟିଛି । ବର୍ଷେ ହେଲା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ବଙ୍ଗାଳୀପଡାରେ ଏକ କୁକୁଡ଼ା ଫାର୍ମକୁ ପାର୍ଟନର ହୋଇ ଉଭୟ ଅଜୟ ଗିରି ଏବଂ ଶୁଭ୍ରାଂଶୁ ସ୍ଵାଇଁ ଚଳାଉଥିଲେ । ରାତିରେ ଶୁଭ୍ରାଂଶୁ ସ୍ୱାଇଁ  ନିକଟରେ ଥିବା ମତୋ ବଜାରକୁ ଯାତ୍ରା ଦେଖିବାକୁ ଯାଇଥିଲେ। ଅଜୟ ଗିରି ଫାର୍ମରେ ଥିଲେ। ଭୋରରୁ ଶୁଭ୍ରାଂସୁ ସ୍ୱାଇଁ ଫାର୍ମକୁ ଫେରି ଦେଖିବାକୁ ପାଇଥିଲେ ଯେ, ତାଙ୍କ ପାର୍ଟନର ଅଜୟ ଗିରିଙ୍କ ରକ୍ତ ଜୁଡୁବୁଡୁ  ମୃତଦେହ ପଡ଼ିରହିଛି । ମୃତ ଅଜୟ ଗିରିଙ୍କ ଘର ଭଦ୍ରକ ଜିଲ୍ଲାର ଚରମ୍ପାରେ ହୋଇଥିବା ବେଳେ ପାର୍ଟନର ଶୁଭ୍ରାଂସୁ ସ୍ବାଇଁଙ୍କ ଘର କେନ୍ଦ୍ରାପଡ଼ାରେ । ତେବେ ଅଜୟ ଗିରିଙ୍କ ପରିବାର ଲୋକେ ଚାନ୍ଦବାଲି ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକଙ୍କ ମୁଣ୍ଡ, ପାଟି, ନାକରୁ ରକ୍ତସ୍ରାବ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe