କନକ ବ୍ୟୁରୋ : ଆଲାସ୍କାର ଗଭୀର ସମୁଦ୍ର ତଳେ ଯେଉଁଠାରେ ସୂର୍ଯ୍ୟ କିରଣ ପଡ଼ିବା ସମ୍ଭବ ହେଉ ନାହିଁ ସେଠାରେ ସୁନା ଗୋଳାର ସଂନ୍ଧାନ ମିଳିଛି । ସମୁଦ୍ର ଭିତରେ ପାଖାପାଖି ୩.୩୦ କିଲୋମିଟର ତଳେ ଆମେରିକାର ଏନୋଏଏ ନାମକ ସଂସ୍ଥା ରିମୋଟ ଚାଳିତ ଜଳ ତଳେ ପରିଚାଳିତ ଯନ୍ତ୍ରାଶଂ ଦ୍ୱାରା ଗବେଷକ ମାନେ ଏହି ଅନୁସନ୍ଧାନ କରିଛନ୍ତି ।  ସୁନା ଗୋଳାଟିକୁ ଏବେ ସମୁତ୍ର ତଳୁ ଉଦ୍ଧାର କରାଯାଇ ଲ୍ୟାବରେ ପରିକ୍ଷା ନିରୀକ୍ଷା  ଚାଲିଛି ।

Advertisment

ଏନୋଏଏର ଗବେଷକ ଦଳ ଯେବେ ସୁନାର ଗୋଳା ଥିବାର ଜାଣିବାକୁ ପାଇଥଲେ ସମସ୍ତଙ୍କ ପାଇଁ ଏହା ଆଶ୍ଚର୍ଯ୍ୟର ବିଷୟ ଥିଲା । କାରଣ ତଳ ଭୂମି ସହ ଏହା ଖୁବ୍ ଜୋରରେ ଭିଡି ହୋଇ ରହିଥିଲା । ୪ ଇଂଚ ଲମ୍ବ ଓ ଚୌଡାର ଏହି ସୁନା ଗୋଳାର ଗୋଟିଏ ପାଶ୍ୱର୍ରେ ଛେଦ ଥିବା ବେଳେ ଏହା ଏତେ ମଜବୁତର ସହ ଦବିକି ଥିଲା କି ଏହାକୁ କାଢିବା ପାଇଁ ଭ୍ୟାକ୍ୟୁମ୍ ଆର୍ମର ସହାଯ୍ୟ ନେବାକୁ ପଡିଥିଲା । 

ସମୁଦ୍ର ତଳେ ଏଭଳି ଏକ ପଦାର୍ଥକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥଲା । ଏହା କୌଣସି ଜନ୍ତୁର ଅଣ୍ଡା, ଜୀବର ଅବଶିଷ୍ଟାଶଂ କିମ୍ବା କୋରାଲ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିଲା । କିଛି ଏହାକୁ କୌଣସି ରହସ୍ୟମୟ ଜନ୍ତୁର ଅଂଶବିଶେଷ ବୋଲି କହୁଛନ୍ତି । ଯାହାକି ବିକଶିତ ହେବା ପ୍ରକ୍ରିୟା ମଧ୍ୟରେ ନଷ୍ଟ ହୋଇଯାଇଛି । ସଠିକ ଜଣା ନଥିଲେ ମଧ୍ୟ ଏହି ପଦାର୍ଥଟି କୌଣସି ଅଣ୍ଡାର ବାହାର ଅଂଶ ହୋଇଥିବା ବୋଲି କୁହା ଯାଉଛି ଏବଂ ଏହି ଜୀବଟି ଆକାରରେ ଖୁବ ବଡ ହୋଇଥିବାର ଅନୁମାନ କରାଯାଉଛି ।