ପରମାଣୁ ବୋମାଠୁ ଶକ୍ତିଶାଳୀ ମିଆଁମାର ଭୂମିକମ୍ପ ; ଏଭଳି ଦୁର୍ବିପାକ ଦେଖିନଥିଲା ବିଶ୍ବ

ମିଆଁମାର ଭୂମିକମ୍ପକୁ ନେଇ ଆମେରିକାର ବଡ ସୂଚନା । ଭୂବିଜ୍ଞାନୀ କହିଲେ ୩ଶହ ପରମାଣୁ ବୋମାଠାରୁ ଶକ୍ତିଶାଳୀ ଥିଲା ଭୂକମ୍ପର ପ୍ରଭାବ । ପୂର୍ବରୁ କେବେ ଏତେ ବଡ ଦୁର୍ବିପାକ ଦେଖିନଥିଲା ସମଗ୍ର ବିଶ୍ବ । 

myanmar earthquake+++

myanmar earthquake+++ Photograph: (KanakNews)

କନକ ବ୍ୟୁରୋ: ପରମାଣୁ ବୋମାଠୁ ଭୟଙ୍କର ଭୂମିକମ୍ପ ।  ମିଆଁମାରରେ ତାଣ୍ଡବ ରଚିଥିବା ଭୂମିକମ୍ପ କେତେ ଶକ୍ତିଶାଳୀ ଥିଲା? ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ ହୋଇଥିଲା । ଏପରିକି କେତେକ ଗଣମାଧ୍ୟମରେ ୭.୯ ତୀବ୍ରତା ଥିବା ମଧ୍ୟ ଖବର ପ୍ରସାରିତ ହୋଇଥିଲା ।  ହେଲେ ଏବେ ଏକ ଅତି ଆଶ୍ଚର୍ଯ୍ୟଜନ ଓ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । 

ପରମାଣୁ ବୋମାଠୁ ଭୟଙ୍କର ଭୂମିକମ୍ପ :

୩ ଶହ ପରମାଣୁ ବୋମାର ଯେତିକି ଶକ୍ତି ଥାଏ, ତାହାଠାରୁ ଅଧିକ ଶକ୍ତିଶାଳୀ ଥିଲା ଏହି ଭୂମିକମ୍ପ । ଆମେରିକାର ଭୂତତ୍ତ୍ବବିତ୍ କହିଛନ୍ତି ଯେ, ପ୍ରଳୟଙ୍କରୀ ଭୂମିକମ୍ପ ପ୍ରାୟ ୩୩୪ ଆଣବିକ ବୋମାର ଶକ୍ତି ଛାଡ଼ିଥିଲା । ଜେସ୍ ଫୋନେକ୍ସ ଆମେରିକୀୟ ଗଣମାଧ୍ୟମ ସିଏନଏସକୁ ଏକ ସାକ୍ଷାତକାରରେ ଏକଥା କହିଛନ୍ତି । ଫୋନେକ୍ସ ଆଶଙ୍କା କରିଛନ୍ତି : 
ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ଆଗକୁ ବହୁତ ଅଧିକ ବଢ଼ିପାରେ
ଏପରିକି ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୧୦ ହଜାର ଛୁଇଁପାରେ
ଏହାସହ ଆଗକୁ ମଧ୍ୟ ପ୍ରଭାବିତ ଅଞ୍ଚଳରେ ପୁଣି ଭୂମିକମ୍ପ ହୋଇପାରେ
ମିଆଁମାରରେ ଭୂମିକମ୍ପରେ ୧୬ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି
ପ୍ରାୟ ୪ ହଜାର ଲୋକ ଆହତ ହୋଇଛନ୍ତି
ଉଦ୍ଧାର କାର୍ଯ୍ୟ ଜାରି, ଭଗ୍ନାବଶେଷ ତଳେ ଅନେକ ପୋତି ହୋଇ ରହିଥିବା ଆଶଙ୍କା
‘ଅପରେସନ ବ୍ରହ୍ମ’ ମିଆଁମାରକୁ ସହାୟତା ପଠାଇଛି ନୂଆଦିଲ୍ଲୀ
୧୧୮ ଜଣ ମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି
ଆଇଏନଏସ୍ ସତପୁରା ଓ ଆଇଏନଏସ୍ ସାବିତ୍ରୀ ୪୦ ଟନ୍ ସାମଗ୍ରୀ ନେଇ ମିଆଁମାର ଯାଉଛନ୍ତି
ଆସନ୍ତାକାଲି ସୁଦ୍ଧା ଏହି ଦୁଇ ଜାହାଜ ମିଆଁମାରରେ ପହଞ୍ଚିଯିବେ 
ଏକ ୮୦ ଜଣିଆ ଏନଡିଆରଏଫ ଟିମ୍ ମଧ୍ୟ ପଠାଇଛି ଭାରତ
ଏମାନେ ଭଗ୍ନାଂଶ ତଳେ ପୋତି ହୋଇ ରହିଥିବା ଲୋକଙ୍କ ସନ୍ଧାନ କରୁଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ମିଆଁମାରର ସାମରିକ ଶାସକଙ୍କ ସହ କଥା ହୋଇଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe