ଭୋଟର ଲିଷ୍ଟରେ ମୋ ନାଁ ନାହିଁ; କେମିତି ନିର୍ବାଚନ ଲଢ଼ିବି?

Advertisment

ଆୟୋଗ ୬୫ ଲକ୍ଷ ଲୋକଙ୍କ ନାଁ ଭୋଟର ଲିଷ୍ଟରୁ କାଟିଛନ୍ତି । ହେଲେ ଏହି ଲୋକମାନଙ୍କୁ କଣ ଆୟୋଗ ନୋଟିସ୍ ଦେଇଛନ୍ତି କି? ନିର୍ବାଚନ ଆୟୋଗ ଯେଉଁ ଯେଉଁ ଲୋକଙ୍କ ନାଁ କାଟିଛନ୍ତି, ସେମାନଙ୍କୁ କଣ ସମୟ ଦେଇଛନ୍ତି କି? ଏହି ଡ୍ରାଫ୍ଟକୁ ଦେଖିବା ପରେ, ସଫା ସଫା ଜଣାପଡୁଛି ଯେ, ନିର୍ବାଚନ ଆୟୋଗ ଟାର୍ଗେଟ୍ ଅନୁସାରେ କାମ କରୁଛି

ଆୟୋଗ ୬୫ ଲକ୍ଷ ଲୋକଙ୍କ ନାଁ ଭୋଟର ଲିଷ୍ଟରୁ କାଟିଛନ୍ତି । ହେଲେ ଏହି ଲୋକମାନଙ୍କୁ କଣ ଆୟୋଗ ନୋଟିସ୍ ଦେଇଛନ୍ତି କି? ନିର୍ବାଚନ ଆୟୋଗ ଯେଉଁ ଯେଉଁ ଲୋକଙ୍କ ନାଁ କାଟିଛନ୍ତି, ସେମାନଙ୍କୁ କଣ ସମୟ ଦେଇଛନ୍ତି କି? ଏହି ଡ୍ରାଫ୍ଟକୁ ଦେଖିବା ପରେ, ସଫା ସଫା ଜଣାପଡୁଛି ଯେ, ନିର୍ବାଚନ ଆୟୋଗ ଟାର୍ଗେଟ୍ ଅନୁସାରେ କାମ କରୁଛି

tejaswi

tejaswi Photograph: (KANAK NEWS)

କନକ ବ୍ୟୁରୋ: ବିହାର ରାଜନୀତିରେ ଏବେ ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ ରହିଛି ଏସଆଇଆର । ନିର୍ବାଚନ ଆୟୋଗ ଏସଆଇଆର ମାଧ୍ୟମରେ ଭୋଟର ଲିଷ୍ଟର ପ୍ରଥମ ଡ୍ରାଫ୍ଟ ଶୁକ୍ରବାର ଜାରି କରିଛି । ଆଉ ଏହାସହ ଭୋଟରମାନଙ୍କୁ ମଧ୍ୟ ଏକମାସର ସମୟ ଦେଇଛନ୍ତି ନିର୍ବାଚନ ଆଯୋଗ । ଯାହାଫଳରେ କି ଲୋକମାନେ ନିଜର ଅସୁବିଧା ସମ୍ପର୍କରେ ଜଣାଇପାରିବେ । ହେଲେ ଏତିକି ବେଳେ ଏସଆଇଆରର ପ୍ରଥମ ଡ୍ରାଫ୍ଟକୁ ନେଇ ବଡ଼ ଦାବି କରିଛନ୍ତି ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ । 

ସେ କହିଛନ୍ତି ଯେ, ଏହି ପ୍ରଥମ ଡ୍ରାଫ୍ଟରେ ତାଙ୍କ ନାଁ ନାହିଁ । ସେ ତାଙ୍କ ନାଁ ଚେକ୍ କରିବାକୁ ଚେଷ୍ଟା କରିଥିଲେ ବି, ସେଠାରେ ରେକର୍ଡ ନାହିଁ ବୋଲି ତାଙ୍କୁ ମେସେଜ୍ ଆସିଥିଲା । ତେଣୁ ଭୋଟର ଲିଷ୍ଟରେ ନାଁ ନଥିବାରୁ, ସେ କେମିତି ନିର୍ବାଚନ ଲଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ୱୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆୟୋଗ ୬୫ ଲକ୍ଷ ଲୋକଙ୍କ ନାଁ ଭୋଟର ଲିଷ୍ଟରୁ କାଟିଛନ୍ତି । ହେଲେ ଏହି ଲୋକମାନଙ୍କୁ କଣ ଆୟୋଗ ନୋଟିସ୍ ଦେଇଛନ୍ତି କି? ନିର୍ବାଚନ ଆୟୋଗ ଯେଉଁ ଯେଉଁ ଲୋକଙ୍କ ନାଁ କାଟିଛନ୍ତି, ସେମାନଙ୍କୁ କଣ ସମୟ ଦେଇଛନ୍ତି କି? ଏହି ଡ୍ରାଫ୍ଟକୁ ଦେଖିବା ପରେ, ସଫା ସଫା ଜଣାପଡୁଛି ଯେ, ନିର୍ବାଚନ ଆୟୋଗ ଟାର୍ଗେଟ୍ ଅନୁସାରେ କାମ କରୁଛି । ମୋ ସହିତ କାମ କରୁଥିବା ଅନେକ ଲୋକଙ୍କ ନାମ ମଧ୍ୟ ଡ୍ରାଫ୍ଟରେ ନାହିଁ ବୋଲି ଦାବି କରିଛନ୍ତି ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ।

ତେଜସ୍ୱୀ ଯାଦବ ଏହାସହିତ ଦାବି କରିଛନ୍ତି ଯେ, ନିର୍ବାଚନ ଆୟୋଗ ବୁଥ୍ ସ୍ତରରେ ଡାଟା ଦିଅନ୍ତୁ । ଏବେ ଆୟୋଗ କେବଳ ବିଧାନସଭା କ୍ଷେତ୍ର ଅନୁସାରେ ନିଜର ଡାଟା ଦେଇଛନ୍ତି । ତେବେ ଯେଉଁ ୬୫ ଲକ୍ଷ ଭୋଟରଙ୍କ ନାମ କଟାଯାଇଛି, ତାଙ୍କ ଠିକଣା ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ସୁପ୍ରିମକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରିବା ସହିତ ଏହାର ଜବାବ ମାଗନ୍ତୁ ବୋଲି ତେଜସ୍ୱୀ ଦାବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe