କନକ ବ୍ୟୁରୋ: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଚାଞ୍ଚଲ୍ୟକର ବୟାନ । ଜୀବନ ପ୍ରତି ବିପଦ ଥିବା କହିଲେ ଜୟ ନାରାୟଣ ମିଶ୍ର । କହିଛନ୍ତି ଗୃହ ବିଭାଗ ତାଙ୍କୁ ସୁରକ୍ଷା ଦେଇଛନ୍ତି । ସରକାର ଜୀବନ ପ୍ରତି ବିପଦ ଥିବା କହି ସୁରକ୍ଷା ନେବାକୁ କହିଥିଲେ । ଏପରିକି ଆଇଜି ମଧ୍ୟ ଜୀବନପ୍ରତି ବିପଦ ଥିବା କହି ସୁରକ୍ଷା ନେବାକୁ କହିଥିବା ଜୟନାରାୟଣ ଗଣମାଧ୍ୟମକୁ ଜଣାଇଛନ୍ତି । ସାଧାରଣ ସୁରକ୍ଷା ନୁହେଁ ତାଙ୍କୁ କଡ଼ା ସୁରକ୍ଷାରେ ରଖାଯାଇଛି । ଏଥିସହ ଜୟନାରାୟଣ କହିଛନ୍ତି, ସେ ସୁରକ୍ଷା ନେବାକୁ କେବେ ଚାହିଁ ନାହାନ୍ତି । ସୁରକ୍ଷା ନନେଲେ ସରକାର ଅଡୁଆରେ ପଡ଼ିଯିବ ବୋଲି କହିବାରୁ ସୁରକ୍ଷା ନେଇଥିବା କହିଛନ୍ତି ଜୟନାରାୟଣ ମିଶ୍ର ।
’ମୋ ଜୀବନ ପ୍ରତି ବିପଦ ଅଛି’ : ଜୟନାରାୟଣ ମିଶ୍ରଙ୍କ ଚାଞ୍ଚଲ୍ୟକର ବୟାନ
ଜୟନାରାୟଣ ମିଶ୍ରଙ୍କ ଚାଞ୍ଚଲ୍ୟକର ବୟାନ । କହିଲେ ତାଙ୍କ ଜୀବନ ପ୍ରତି ଅଛି ବଡ଼ ବିପଦ। ସୁରକ୍ଷା ନେବାକୁ ଚାହୁଁନଥିଲେ। ସରକାର ଓ ଆଇଜି କହିବାରୁ ବାଧ୍ୟହୋଇ ଏବେ କଡ଼ା ସୁରକ୍ଷାରେ ଅଛନ୍ତି ।
/kanak/media/media_files/2025/02/21/MwMcB2Mo9P33ZXlTe8EW.jpg)