କନକ ବ୍ୟୁରୋ: ପଶ୍ଚିମ ଓଡିଶାରେ ବଢୁଛି ହତ୍ୟା । ଗତବର୍ଷ ମନ୍ତ୍ରୀ ନବଦାସଙ୍କୁ ଗୁଳିକରି ହତ୍ୟା କରିଥିଲେ ତାଙ୍କ ପିଏସଓ । ଏବେ ଗତ ସପ୍ତାହରେ ଦୁଇ ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା କରାଯାଇଛି । ଏହାକୁ ନେଇ ନେତାଙ୍କ ମନରେ ପଶିଛି ଛନକା । ଆଜି ତତକାଳୀନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଳ ଦାସ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆଇଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି , ବିନା କୌଣସି ସର୍ଚ୍ଚ ଓ୍ବାରେଣ୍ଟରେ ପୋଲିସ ମୋ ପ୍ରାଇଭେଟ ପ୍ରପର୍ଟିରେ ପଶିଛି । ମୋ ବାପାଙ୍କୁ ପୋଲିସ ହତ୍ୟା କରିଥିବାବେଳେ ପୋଲିସକୁ ଦେଖିଲେ ମତେ ଡର ଲାଗୁଛି ବୋଲି ବିଶାଲ କହିଛନ୍ତି । ଏହାସହ ପୋଲିସ ସାଙ୍ଗରେ ହାଫ ପ୍ୟାଣ୍ଟ ପିନ୍ଧା ଯୁବକ କିଏ ବୋଲି ବିଶାଲ କହିଛନ୍ତି ।