କନକ ବ୍ୟୁରୋ:  ବାପାଙ୍କ ବଳିଦାନର ପ୍ରତିଶୋଧ ନେବେ। ସୀମାରେ ସହିଦ ହେବା ପରେ ଜଣେ ଯବାନଙ୍କ ଝିଅର ଏ ହେଉଛି ହୁଙ୍କାର। ଦେଶର ସୀମାକୁ ରକ୍ଷା କରିବାକୁ ଯାଇ ଅପରେସନ୍ ସିନ୍ଦୁର ବେଳେ ସହିଦ୍ ହୋଇଛନ୍ତି ରାଜସ୍ଥାନ ଝୁନ୍‌ଝୁନ୍‌ ଜିଲ୍ଲାର ସୁରେନ୍ଦ୍ର କୁମାର । ସୁରେନ୍ଦ୍ର କୁମାରଙ୍କ ୮ ବର୍ଷର ଝିଅ ବର୍ତ୍ତିକା କହିଛନ୍ତି, ତାଙ୍କ ବାପା ଦେଶକୁ ରକ୍ଷା କରିବାକୁ ଯାଇ ଶତ୍ରୁମାନଙ୍କୁ ମାରି ସହିଦ୍ ହୋଇଛନ୍ତି । ବାପାଙ୍କ କାମକୁ ନେଇ ସେ ଗର୍ବ ଅନୁଭବ କରୁଛନ୍ତି ।

Advertisment

ବାପା ଶେଷ ଥର ତାଙ୍କ ସହ ଶନିବାର ରାତି ୯ଟାରେ କଥା ହୋଇଥିଲେ। ଡ୍ରୋନ୍ ଘୁରିବୁଲୁଛି ହେଲେ ଆକ୍ରମଣ ହେଉନାହିଁ ବୋଲି କହିଥିଲେ । ବର୍ତ୍ତିକା କହିଛନ୍ତି, ପାକିସ୍ତାନକୁ ସଂପୂର୍ଣ୍ଣ ଭାବେ ଶେଷ କରିଦେବା ଦରକାର । ସେ ତାଙ୍କ ବାପାଙ୍କ ପରି ହେବାକୁ ଚାହୁଁଛନ୍ତି। ଏହା ପରେ ଯାଇ ବାପାଙ୍କ ବଳିଦାନର ପ୍ରତିଶୋଧ ନେଇପାରିବେ ବୋଲି କହିଛନ୍ତି ।