କନକ ବ୍ୟୁରୋ: ବୌଦ୍ଧ ଏମଭିଆଇ ଗୋଲାପ ହାଁସଦାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସର ହୋସ ଉଡିଯାଇଛି ।  ଗୋଲାପଙ୍କ ରହିଛି ୪୪ ପ୍ଲଟ ।  ଏକକାଳୀନ ୬ଟି ସ୍ଥାନରେ ଏହି ଚଢାଉ ହୋଇଥିଲା । ଲକର ଖୋଲିନଥିବାବେଳେ ସୁନା ବିସ୍କୁଟ ସହ ଅଧିକିଲୋ ସୁନା ଅଳଙ୍କାର ମିଳିଛି ।

Advertisment

ଗଦା ଗଦା କାଗଜ ଘାଣ୍ଟି ଚାଲିଛି ଭିଜିଲାନ୍ସ । ପୁଳାପୁଳା ବ୍ୟାଙ୍କ ଆକାଉଣ୍ଟ, ୧ କୋଟି ୧୦ ଲକ୍ଷର ଫିକ୍ସଡ ଡିପୋଜିଟ୍ । ପ୍ଲଟ ଗଣି ଗଣି ନୟାନ୍ତ ହେଲେଣି ଅଫିସର୍। ଏମଭିଆଇଙ୍କ କାରନାମା ଦେଖି ସମସ୍ତେ ଅବାକ୍ । ବୌଦ୍ଧ ଏମଭିଆଇ ଗୋଲାପ ହାଁସଦା । ୪୪ ପ୍ଲଟ କିଣିବା ପରେ ଭିଜିଲାନ୍ସ ସ୍କାନରକୁ ଆସିଥିଲେ ଏହି ଦୁର୍ନୀତିଖୋର ଅଫିସର୍‌ । ୪୪ ପ୍ଲଟରୁ କେବଳ ୩୫ଟି ବାରିପଦାରେ ଏବଂ ଆଉ ଗୋଟିଏ ରହିଛି ବାଲେଶ୍ବରରେ । ଘରୁ ମିଳିଲା ୨ ଲକ୍ଷ ୩୮ ହଜାରରୁ ଅଧିକ ନଗଦ ଟଙ୍କା । ସୁନା ବିସ୍କୁଟ ସହ ଅଧକିଲୋ ସୁନା ଅଳଙ୍କାର, ଅଢ଼େଇ କିଲୋ ରୁପା, ୫୪ ଲକ୍ଷର ଜୀବନ ବୀମା, ବହୁତଳ ପ୍ରାସାଦ । ଅର୍ଦ୍ଧନିର୍ମିତ ଘର ସହ ଝିଅର ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଟଙ୍କା । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ପରେ ଏତକ ସାମ୍ନାକୁ ଆସିଛି, ଲକର ଖୋଲିବା ଏବେ ବି ବାକି ଅଛି । 

ଯେତେ ଖୋଳୁଛି, ସେତେ ମିଳୁଛି...ଦୁର୍ନୀତିରେ ଉବୁଟୁବୁ ଏମଭିଆଇଙ୍କ ଅଡୁଆ ବଢୁଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ପ୍ରଫୁଲ୍ଲ ନଗରର ବାସଭବନ, ବୌଦ୍ଧରେ ଥିବା ଭଡ଼ାଘର, ବୌଦ୍ଧ ଆରଟିଓରେ ଥିବା ତାଙ୍କ ଅଫିସ୍ ଚାମ୍ବରରରେ ଛାପା ମାରିଛି ଭିଜିଲାନ୍ସ । ଏଥିସହ ମୟୂରଭଂଜ ଖୁଣ୍ଟାସ୍ଥିତ ଗୁଡ଼ିଡିହା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବର ପାଣ୍ଡରାରେ ଥିବା ତାଙ୍କ ଝିଅଙ୍କର ଫ୍ଲାଟ୍ ଏବଂ ବାରିପଦାରେ ଥିବା ସମ୍ପର୍କୀୟଙ୍କ ଘରେ ଜାରି ରହିଛି ଭିଜିଲାନ୍ସର ଚଢାଉ । 

ରାଜ୍ୟରେ ଚାଲିଛି ଦୁର୍ନୀତିଖୋର ଅଫିସର ସଫେଇ ଅଭିଯାନ। ସ୍ବତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଇ ଜଣକ ପରେ ଜଣେ ଲାଞ୍ଚଖୋର ବାବୁଙ୍କ ଘରେ କରାଯାଉଛି ଚଢାଉ। ଆଉ ସାମ୍ନାକୁ ଆସୁଛି ଆୟବହିର୍ଭୁତ ସମ୍ପତ୍ତିର ଲମ୍ବା ତାଲିକା।