କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ ଚାଲିଛି କାରଣ ଖୋଜା । ଆଜି ମୁମ୍ବାଇରେ ବସିଛି ମହାବିକାଶ ଅଘାଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶରଦଙ୍କ ଏନସିପି, ଉଦ୍ଧବଙ୍କ ଶିବସେନା ଓ କଂଗ୍ରେସ ନେତାଙ୍କ ବୈଠକରେ ପରାଜୟର ପୋଷ୍ଟମର୍ଟମ କରାଯାଇ ଆଗାମୀ ରଣନୀତି ଉପରେ ଚର୍ଚ୍ଚା କରାଯାଇଛି ।.ବୈଠକରେ ଯୋଗ ଦେଇ ଏନସିପି ସୁପ୍ରିମୋ ଶରଦ ପାୱାର ସହଯୋଗୀ ଦଳକୁ ବାର୍ତ୍ତା ଦେଇଛନ୍ତି । ନିର୍ବାଚନ ପରାଜୟରେ ନିରାଶ ନହୋଇ ଜନତାଙ୍କ ନିକଟକୁ ଯାଇ ଯେଉଁମାନେ ମହାୟୁତିକୁ ଭୋଟ ଦେଇଛନ୍ତି ତାଙ୍କୁ ଧନ୍ୟବାଦ ଜଣାଇବାକୁ କହିଛନ୍ତି ଶରଦ । ଏଥସହ ଶାସକ ଦଳ ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛି ତାକୁ କିଭଳି ପୁରା କରାଯିବ । ସେଦିଗରେ ମହାୟୁତି କାମ କରିବ ବୋଲି ଆଜିର ବୈଠକରେ ଶରଦ ପାୱାର କହିଛନ୍ତି । ଏଥିସହ ଯୁବ ବିଧାୟକଙ୍କ ମହାୟୁତି ମେଣ୍ଟପାଇଁ ଅଧିକରୁ ଅଧିକ କାମ କରିବାକୁ ଶରଦ ପରାମର୍ଶ ଦେଇଛନ୍ତି
ପରାଜୟର କାରଣ ଖୋଜୁଛି ମହାରାଷ୍ଟ୍ରର ଏମଭିଏ । ସହଯୋଗୀଦଳମାନଙ୍କୁ ନେଇ ମୁମ୍ବାଇରେ ବୈଠକ
ଶରଦଙ୍କ ଏନସିପି, ଉଦ୍ଧବଙ୍କ ଶିବସେନା ଓ କଂଗ୍ରେସ ନେତାଙ୍କ ବୈଠକରେ ପରାଜୟର ପୋଷ୍ଟମର୍ଟମ କରାଯାଇ ଆଗାମୀ ରଣନୀତି ଉପରେ ଚର୍ଚ୍ଚା କରାଯାଇଛି ।.ବୈଠକରେ ଯୋଗ ଦେଇ ଏନସିପି ସୁପ୍ରିମୋ ଶରଦ ପାୱାର ସହଯୋଗୀ ଦଳକୁ ବାର୍ତ୍ତା ଦେଇଛନ୍ତି । ନିର୍ବାଚନ ପରାଜୟରେ ନିରାଶ ନହୋଇ ଜନତାଙ୍କ ନିକଟକୁ ଯାଇ ଯେଉଁମାନେ ମହାୟୁତିକୁ ଭୋଟ ଦେଇଛନ୍ତି ତାଙ୍କୁ ଧନ୍ୟବାଦ ଜଣାଇବାକୁ କହିଛନ୍ତି ଶରଦ ।
/kanak/media/media_files/2024/12/08/tV5JmhOhQ7ztlyNa0vIV.jpg)