କନକବ୍ୟୁରୋ : ଖନ୍ତାପଡ଼ା ଥାନା ପଣପଣା ପଂଚାୟତ ବାଲେଶ୍ୱର ହାଇୱ ପେଟ୍ରୋଲପମ୍ପ ନିକଟରେ ଗୋ ମାଂସ ବୋଝେଇ ହୋଇଥିବା ସନ୍ଦେହରେ କଣ୍ଟେନରକୁ ଅଟକ ରଖିଛି ଖନ୍ତାପଡ଼ା ପୋଲିସ । ସୂଚନା ଅନୁଯାୟୀ ବିଳମ୍ବିତ ରାତ୍ରୀରେ କଲିକତା ରୁ ବାଙ୍ଗାଲୁର ଯାଉଥିବା ଏକ କଣ୍ଟେନର (ଟିଏନ୧୨-ଏଜେଡ-୮୫୬୯) ଉକ୍ତ ପେଟ୍ରୋଲ ପମ୍ପ ନିକଟରେ ଅଟକିଥିଲା । ଖବରପାଇ ଖନ୍ତାପଡ଼ା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଘଟଣା ସ୍ଥଳରେ ପଂହଛି ଗାଡିକୁ ଜବତ କରି ଥାନାକୁ ନେବା ସହିତ ଡ୍ରାଇଭର ନଗେନ୍ଦ୍ରନ କୁ ଅଟକ ରଖିଛି ।ଆ ଜି ମାଜିଷ୍ଟେଙ୍କ,ପଶୁଚିକିତ୍ସକ ଉପସ୍ଥିତିରେ ଏହି କଣ୍ଟେନର କୁ ଖୁଲାଯାଇ ଭିତରେ ଥିବା ସାମଗ୍ରୀକୁ ଯାଞ୍ଚ କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।
ତେବେ ସବୁଠୁ ଆଶ୍ଚଯ୍ୟର ବିଷୟ ଯାଉଥିବା କଣ୍ଟେନର ବିଲରେ ମଟନ ବୁନଲେସ ଲେଖାଥିବା ବେଳେ ଏଥିରେ ୭୮୫୪ କେଜି ରହିଛି।ଏହାର ମୂଲ୍ୟ ୨୭ଲକ୍ଷ ଟଙ୍କାର ସାମଗ୍ରୀ ଥିବାର ବିଲ ରେ ଲେଖାହୋଇଥିବା ଦେଖିବାକୁ ମିଳିଛି। ସେହିପରି ସାକ୍ଷୀ ଗୋପାଳ ସ୍ଥିତ ଜୟା ହୋଟେଲରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏଭଳି ସଙ୍ଗୀନ ଅଭିଯୋଗ ହେବା ପରେ ଜୟା ହୋଟେଲକୁ ସିଲ କରାଯାଇଥିଲା ।
ଏହାସହ ଏହି ହୋଟେଲରୁ ଅନ୍ୟତ୍ର ପାର୍ସଲ ନେଉଥିବା ହୋଟେଲ ସହାୟକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ପୁରୀ ଦେଇଯାଇଥିବା ଏନଏଚ ୨୧୬ ରାସ୍ତାର ସାକ୍ଷୀଗୋପାଳ ନିକଟରେ ଥିବା ଜୟା ହୋଟେଲକୁ ନେଇ ହଇଚଇ । ଏହି ହୋଟେଲରେ ଖାସ୍ ମଟନ ହେଉଥିବାରୁ ଏଠାରେ ଖାଇବାକୁ ପ୍ରତିଦିନ ଶହଶହ ଲୋକଙ୍କ ଭିଡ ଜମେ । ହେଲେ ଏସବୁ ଭିତରେ ଆସିଥିଲା ସାଂଘାତିକ ଅଭିଯୋଗ । ମଟନ ନାଁରେ ଲୋକଙ୍କୁ ଗୋମାଂସ ପରଷାଯାଉଥିବା ସହ କେବେକେବେ ମଟନରେ ଗୋମାଂସ ଚର୍ବି ମିଶାଯାଇ ରନ୍ଧା ହେଉଥିବା ଅଭିଯୋଗ ହୋଇଥିଲା ।
ବାରମ୍ବାର ଏହି ଅଭିଯୋଗ ଆସିବା ପରେ ଚେତିଥିଲା ପ୍ରଶାସନ । ଏବଂ ସକାଳୁ ଜୟା ହୋଟେଲକୁ ସିଲ କରିଥିଲା ପୋଲିସ । ଏହା ସହ ହୋଟେଲ ଚାରିପଟକୁ ତାରବାଡରେ ଘେରାଯାଇ ପୋଲିସ ମୁତୟନ କରାଯାଇଛି । ଯଦିଓ ଏହାର ସତ୍ୟତା ନେଇ ପ୍ରଶାସନ ପାଖରୁ କିଛି ଠୋସ୍ ପ୍ରତିକ୍ରିୟା ମିଳିପାରିନାହିଁ। ସବୁଠାରୁ ବଡ କଥା ହେଉଛି ଏହି ହୋଟେଲରୁ ଅନ୍ୟ ହୋଟେଲକୁ ମଧ୍ୟ ମାଂସ ପାର୍ସଲ ହେଉଥିଲା ।
ଏହି ମାଂସର ବେଶି ଡିମାଣ୍ଡ ଥିଲା ବୋଲି କୁହାଯାଉଛି । ତେବେ ପାର୍ସଲ ନେବାବେଳେ ହୋଟେଲର ଜଣେ ସହାୟକ ହାବୁଡରେ ପଡିବାରୁ କିଛି ଲୋକେ ତାଙ୍କୁ ନିର୍ଦ୍ଧୁମ ପିଟିଥିବା ଜଣାପଡିଛି । ସେପଟେ ଏହି ଘଟଣା ପରେ ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଥିଲା ପ୍ରଶାସନ । ସାକ୍ଷୀଗୋପାଳ କଲେଜ ଛକଠାରୁ ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରାଯାଇଛି । ୪ ଜଣରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ । ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରି ରଖିଛି । ସେପଟେ ଏହି ଘଟଣା ପରେ ଜୟା ଢ଼ାବାରୁ ୧ କିଲୋମିଟର ପର୍ଯ୍ୟନ୍ତ ୧୬୩ ଧାରା ଜାରି । କଲେଜ ଛକ ଠାରୁ ଏକ କିଲୋମିଟର ବ୍ୟବଧାନ ପର୍ଯ୍ୟନ୍ତ ୧୬୩ ଧାରା ବଳବତ୍ତର ରହିଛି। ଏହାସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ। ସାକ୍ଷୀଗୋପାଳ ଉପରେ ରହିଛି ପୋଲିସର କଡା ନଜର । ସାକ୍ଷୀଗୋପାଳ ରେ ୨୪ ଘଣ୍ଟିଆ ପ୍ରହାର ପାଇଁ ପହଂଚିଲେ ପୋଲିସ ଫୋର୍ସ । ସାଧା ପୋଷାକ ଧାରୀ ପୋଲିସ ଜନଗହଳି ସ୍ଥାନ, ଛକ, ସମ୍ବେଦନଶୀଳ ସ୍ଥାନ ଉପରେ କଡା ରଖିଛନ୍ତି । ସାକ୍ଷୀଗୋପାଳ କଲେଜ ଛକ ଠାରୁ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ୧୬୩ ଧାରା । ସାକ୍ଷୀଗୋପାଳରେ ଜୟା ଢ଼ାବାରେ ଗୋମାଂସ କାରବାର ଘଟଣା । ଜୟା ଢ଼ାବାରୁ ୧ କିଲୋମିଟର ପର୍ଯ୍ୟନ୍ତ ୧୬୩ ଧାରା ଜାରି ।
କଲେଜ ଛକ ଠାରୁ ଏକ କିଲୋମିଟର ବ୍ୟବଧାନ ପର୍ଯ୍ୟନ୍ତ ୧୬୩ ଧାରା ବଳବତ୍ତର ରହିଛି । ଏହାସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟ ନ । ସାକ୍ଷୀଗୋପାଳ ଉପରେ ରହିଛି ପୋଲିସର କଡା ନଜର । ସାକ୍ଷୀଗୋପାଳ ରେ ୨୪ ଘଣ୍ଟିଆ ପ୍ରହାର ପାଇଁ ରହିଛନ୍ତି ପୋଲିସ ଫୋର୍ସ । ସାଧା ପୋଷାକ ଧାରୀ ପୋଲିସ ଜନଗହଳି ସ୍ଥାନ, ଛକ, ସମ୍ବେଦନ ଶିଳ ସ୍ଥାନ ଉପରେ କଡା ରଖିଛନ୍ତି । ସାକ୍ଷୀଗୋପାଳ କଲେଜ ଛକ ଠାରୁ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ୧୬୩ ଧାରା ଲାଗୁ କରାଯାଇଛି । ସୋସିଆଲ ମିଡ଼ିଆ ରେ ବିଭ୍ରାନ୍ତିକର ପୋଷ୍ଟ କରୁଥିବା ବ୍ୟକ୍ତି ଙ୍କ ଉପରେ ସାଇବର ଓ ପୋଲିସ ର ନଜର ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/03/10/Brak2jrbyS0Lu1oy6Vl5.jpg)