ବାପଘରୁ ବାହାହୋଇ ଯେତେବେଳେ ନୂଆବୋହୂଟି ଶାଶୁଘରକୁ ଯାଏ ମା’ମାନେ ଝିଅର କାନରେ ଚୁପି ଚୁପି କହିଦିଅନ୍ତି ମା’ରେ .. ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି । ଶାଶୁଘର ଲୋକଙ୍କ , ସ୍ବାମୀଙ୍କ ମନ ଚିହ୍ନି କାମ କରୁଥିବୁ .. ଏ ଉପଦେଶ ପ୍ରତିଟି ମା’ ନିଜ ଝିଅଙ୍କୁ ଦେଇଥାନ୍ତି । କିନ୍ତୁ ସ୍ବାମୀ , ସ୍ତ୍ରୀର ସଂସାରରେ ଝଗଡ଼ା ହେବାଟା ସ୍ବାଭାବିକ । କେହି କେହି କୁହନ୍ତି ଝଗଡ଼ା ଯଦି ନହେଲା ପ୍ରେମର ଫଗୁଣ କୁଆଡୁ ଫୁଟିବ ।

Advertisment

5555555

ବିବାହର ଆରମ୍ଭରୁ ଏ ଝଗଡ଼ାକୁ କ୍ୟୁଟ୍ କହିଲେ ବି ଅତ୍ୟଧିକ ଝଗଡ଼ା ହେଲେ ଅଶାନ୍ତି , ମୁଣ୍ଡବ୍ୟଥା ଆଉ ବିବାହକୁ କେତେ ବର୍ଷ ବିତିଗଲେ ଏହି ଝଗଡ଼ା ଦେହଶୁହା ହୋଇଯାଏ । କିନ୍ତୁ ଏ ଝିମିଟିଖେଳ କେତେବେଳେ ମହାଭାରତର ରୂପ ନିଏ ତାହା ବି ଜଣାପଡ଼େନି । ଯେମିତିକି ଉତ୍ତରପ୍ରଦେଶରେ ଛୋଟିଆ କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଏମିତି ଝଗଡ଼ା ହେଲା ଯେ କଥା ଯାଇ ଛାଡ଼ପତ୍ର ପର୍ୟ୍ୟନ୍ତ ପହଂଚିଗଲା । 

77777

ଘଟଣାଟି କିଛି ଏମିତି , ସ୍ବାମୀ ନିଜ ସ୍ତ୍ରୀ ଉପରେ ଅଭିଯୋଗ ଆଣିଲେ ଯେ ସେ ଶାଶୁଘରେ ରଖିଥିବା ସୋରିଷ ତେଲକୁ ନେଇ ବାପଘରେ ବିକ୍ରି କରୁଛନ୍ତି । ସ୍ବାମୀ ସ୍ତ୍ରୀଙ୍କ ଚୋରିକୁ ଦେଖି ପାଟିତୁଣ୍ଡ କରିଥିଲେ । ଘଟଣା ଦୁହିଁଙ୍କ ମଧ୍ୟରେ ଝଗଡ଼ାକୁ ବଢାଇଲା ଆଉ ତା’ପରେ ପତ୍ନୀ ଅଭିମାନ କରି ଘର ଛାଡ଼ି ବାପ ଘରକୁ ଚାଲିଗଲେ ।

compressed

କଥା ଏତିକିରେ ସରିଲାନି ଯେ ପତ୍ନୀ ସ୍ବାମୀଙ୍କ ଉପରେ ପ୍ରତାଡନା , ଟଙ୍କା ନଦେବା ଭଳି ଅନେକ ମାମଲା ଆଣିଲେ । ମହିଳା ଅଭିଯୋଗ ଆଣିଲେ ଯେ ସ୍ବାମୀ ଖର୍ଚ୍ଚ ପାଇଁ ତାଙ୍କୁ ଟଙ୍କା ଦେଉନଥିବାରୁ ସେ ତେଲ ବିକ୍ରି କରିବାକୁ ବାଧ୍ୟ ହେଲେ । ସେ ଥରେ ମାତ୍ର ଏଭଳି କାମ କରିଛନ୍ତି , ପାଟିତୁଣ୍ଡ ହେବାରୁ ସେ ଶାଶୁଘର ଛାଡ଼ି ୨ ମାସ ହେଲାଣି ବାପଘରେ ରହୁଛନ୍ତି । ମାମଲା ଯେତେବେଳେ ପରିବାର ପରାମର୍ଶ କାଉନସିଲ୍ ସେଣ୍ଟରରେ ପହଁଞ୍ଚିଲା ଦୁହିଁଙ୍କ ଭିତରେ ଆପୋଷ ବୁଝାମଣା କରି ଦମ୍ପତିଙ୍କୁ  ଏକାଠି କରାଗଲା ।